Fri. Mar 6th, 2026

ଉପନିର୍ବାଚନ, ଆଜି ବାଲେଶ୍ୱର ସଦର ଆସନରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

386 Views

ବାଲେଶ୍ୱର, ଅକ୍ଟୋବର ୨୪ : ବାଲେଶ୍ୱର ଉପନିର୍ବାଚନ ପାଇଁ ଗତକାଲି ରାତିରୁ ବାଲେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଧର୍ମେନ୍ଦ୍ର ପ୍ରଚାର ମଇଦାନକୁ ଓହ୍ଲେଇବେ। ସେ ସାଧାରଣସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଜନସାଧାରଣଙ୍କୁ ଭୋଟ୍ ଭିକ୍ଷା କରିବେ। ଧର୍ମେନ୍ଦ୍ରଙ୍କ ପୂର୍ବରୁ ବିଜେପିର ଅନ୍ୟ ଷ୍ଟାର ପ୍ରଚାରକ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ବାଲେଶ୍ୱରରେ ପ୍ରଚାର କରିଥିଲେ।

By amfnews

Related Post