Fri. Dec 27th, 2024

ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲା: ସିବିଆଇ ସମେତ ୟୁପି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମ୍‌ କୋର୍ଟ

By amfnews Aug 1, 2019 #Featured
106 Views

ନୂଆଦିଲ୍ଲୀ  : ବହୁ ଚର୍ଚ୍ଚିତ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ସିବିଆଇ ପକ୍ଷରୁ ଚାଲିଥିବା ତଦନ୍ତ ଉପରେ ଆଜି ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ। ପୀଡ଼ିତା ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାରେ ଉତ୍ତରପ୍ରଦେଶ ସରକାର ବିଫଳ ହୋଇଥିବା କହିବା ସହ ଆସନ୍ତାକାଲି ସୁଦ୍ଧା ପୀଡ଼ିତାଙ୍କୁ ୨୫ ଲକ୍ଷ ଟଙ୍କର ଅନ୍ତରୀଣ କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ଦ୍ଦେଶ ଦେବା ସହ ପୀଡ଼ିତା ଓ ତାଙ୍କ ପରିବାରର ସୁରକ୍ଷାକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ANI

@ANI

Supreme Court transfers trial of all the cases related to Unnao rape incident from Uttar Pradesh to Delhi. https://twitter.com/ANI/status/1156848220154277888 

ANI

@ANI

Unnao rape case: Supreme Court says,’taking into account the ground stated in transfer petition, and letter to the CJI, we order the transfer of all the cases from the CBI court in UP to Delhi.’

ANI

@ANI

Unnao rape case: The designated judge in Delhi will commence the trial on day-to-day basis and complete the trial within 45 days.

ଏଥିସହ ନାବାଳିକା ଦୁଷ୍କର୍ମ ସଂପର୍କିତ ସିବିଆଇ ତଦନ୍ତ କରୁଥିବା ୫ଟି ଯାକ ମାମଲାର ତଦନ୍ତ ଉତ୍ତରପ୍ରଦେଶରୁ ଦିଲ୍ଲୀକୁ ସ୍ଥାନାନ୍ତର କରି ଆଣିବା ସହ ଦୈନନ୍ଦିନ ଭିତ୍ତିରେ ଏହି ମାମଲାର ଶୁଣାଣି କରି ୪୫ ଦିନ ମଧ୍ୟରେ ଏହି ମାମଲାର ଶୁଣାଣି ଶେଷ କରିବାକୁ ଦିଲ୍ଲୀ ସିବିଆଇ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

By amfnews

Related Post