Thu. Jan 23rd, 2025

ଉତ୍‌କ୍ଷେପଣ ହେଲା IRNSS-1I : ଇସ୍ରୋକୁ ସଫଳତା

By amfnews Apr 12, 2018 #Featured
613 Views

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ସାଟେଲାଇଟ IRNSS-1I ର ସଫଳ ଉତ୍‌କ୍ଷେପଣ କରାଯାଇଛି। ଭୋର ୪ଟା ୪ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ପିଏସଏଲଭି ସି-୪୧ ରକେଟ୍ ଜରିଆରେ ଏହାର ଉତ୍‌କ୍ଷେପଣ କରାଯାଇଥିଲା।

IRNSS-1I ଏକ ନେଭିଗେସନ ସାଟେଲାଇଟ୍‌। ଏହା ସାମୁଦ୍ରିକ ନାଭିଗେସନ୍‌ରେ ସହାୟକ ହେବ। ୧୪୨୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ଏହି ସାଟେଲାଇଟର ଓଜନ ୧ ହଜାର ୪୨୫ କିଲୋଗ୍ରାମ, ଲମ୍ବା ୧.୫୮ ମିଟର, ଉଚ୍ଚତା ୧.୫ ମିଟର ଓ ଓସାର ୧.୫ ମିଟର ରହିଛି।

By amfnews

Related Post