Thu. Jun 12th, 2025

ଉତ୍ତର ପ୍ରଦେଶ ପୁଲିସକୁ ମଦ ପାର୍ଟି ଦେଇ ଖସିଗଲା ଗ୍ୟାଙ୍ଗ୍‌ଷ୍ଟର୍‌

By amfnews Mar 29, 2019 #Featured
247 Views

ନୂଆଦିଲ୍ଲୀ: ୧୯୯୬ ମସିହାରେ ଜଣେ ଓକିଲଙ୍କୁ ହତ୍ୟା କରିଥିବା ଅପରାଧରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୫୦ ବର୍ଷିୟ ଗ୍ୟାଙ୍ଗଷ୍ଟର୍‌ ବଦ୍ଦାନ୍‌ ସିଂହ ଓରଫ ବଦ୍ଦୋ ଗୁରୁବାର ଦିନ ଗାଜିଆବାଦ ଅଦାଲତକୁ ଯିବା ବାଟରେ ଏକ ହୋଟେଲ୍‌ରେ ସମ୍ପୃକ୍ତ ପୁଲିସଙ୍କୁ ମଦ ପାର୍ଟି ଦେଇ ଖସି ପଳାଇଛି। ବଦ୍ଦୋର ସହଯୋଗୀମାନେ ଏହି ମଦ ପାର୍ଟିର ଆୟୋଜନ କରିଥିଲେ।

ମିରଟ୍‌ର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ନୀତିନ ତିଓ୍ଵାରିଙ୍କ କହିବା ଅନୁସାରେ, ମିରଟ୍‌ରେ ଥିବା ଦିଲ୍ଲୀ ରୋଡ୍‌ରେ ଅବସ୍ଥିତ ଏକ ହୋଟେଲ୍‌କୁ ବଦ୍ଦୋ ତାକୁ ଏସ୍କର୍ଟରେ ନେଉଥିବା ପୁଲିସମାନଙ୍କୁ ଡାକିନେଇଥିଲା। ସେଠାରେ ତା’ର ସହଯୋଗୀମାନେ ମଦ ପାର୍ଟିର ଆୟୋଜନ କରିଥିଲେ। ଜଣେ ଇନ୍‌ସ୍‌ପେକ୍ଟର୍‌ଙ୍କ ସମେତ ଆମେ ସାତଜଣ ପୁଲିସଙ୍କୁ ଅଟକ ରଖିଛୁ, କିନ୍ତୁ ଏବେ ମଧ୍ୟ ସେମାନଙ୍କର ଚେତା ଫେରି ନାହିଁ। ବଦ୍ଦୋ ଫତେଗଡ଼ ଜେଲ୍‌ରେ ଥିଲା ଏବଂ ଗୋଟାଏ ମାମଲାର ଶୁଣାଣି ଲାଗି ତାକୁ ଗାଜିଆବାଦ ଅଦାଲତକୁ ନିଆଯାଉଥିଲା। ନରହତ୍ୟା ଓ ଡକାୟତି ସମେତ ପ୍ରାୟ ୧୦ଟି ମାମଲା ତା’ ନାଁରେ ରହିଛି। ତାକୁ ଖୁବ୍‌ ଶୀଘ୍ର ଗିରଫ କରାଯିବ।

ଏ ସଂକ୍ରାନ୍ତରେ ରିପୋର୍ଟ ସଂଗ୍ରହ ଲାଗି ଆମେ ଆମ କ୍ରାଇମ୍‌ ବ୍ରାଞ୍ଚ୍‌ ଅଧିକାରୀ ସଞ୍ଜୟ ମିଶ୍ରଙ୍କୁ ପଠାଇଛୁ। ସେ ଶୁକ୍ରବାର ଦିନ ରିପୋର୍ଟ ଦେବା ପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଫାରୁଖବାଦର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅନୀଲ କୁମାର ମିଶ୍ର।

By amfnews

Related Post