Wed. Dec 25th, 2024

ଉତ୍ତରାଖଣ୍ଡ ପ୍ରଳୟ ପରେ ଓଡ଼ିଆ ପୁଅ ନିଖୋଜ,ଚିନ୍ତାରେ ପରିବାର ଲୋକ

By amfnews Feb 9, 2021 #Featured
166 Views

ଉତ୍ତରାଖଣ୍ଡ, ଫେବୃଆରୀ 9 :  ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ରବିବାର ପୂର୍ବାହ୍ନରେ ଗ୍ଲାସିୟର ଭାଙ୍ଗିବା ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ିଛି । ଦୁର୍ଘଟଣା ଯୋଗୁଁ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିବା ବେଳେ ଆହୁରି ୧୭୧ ଜଣ ନିଖୋଜ ଅଛନ୍ତି । ବିଭିନ୍ନ ସ୍ଥାନରୁ ମୃତଦେହ ମଧ୍ୟ ଉଦ୍ଧାର ହେଉଛି । ଏପର୍ଯ୍ୟନ୍ତ ୧୭୧ ଜଣ ନିଖୋଜ ଅଛନ୍ତି ।

ତେବେ ଏହି ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ହୋଇଯାଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତ କୁଦ ଗାଁର ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସ ଉତ୍ତରାଖଣ୍ଡରେ କ୍ରେନ୍ ଡ୍ରାଇଭର ଭାବେ କାମ କରୁଥିଲେ ।

ତେବେ ଏହି ଅଘଟଣ ପରେ ତାଙ୍କର କୌଣସି ପତ୍ତା ମିଳୁନାହିଁ । ତେବେ ଏହି ଘଟଣାକୁ ନେଇ ଚିନ୍ତାରେ ପରିବାର ବର୍ଗ । ଏସ୍‌ଡିଆରଏଫ୍‌, ଏନଡିଆରଏଫ ଓ ଆଇଟିବିପିର ଯବାନମାନେ ମଙ୍ଗଳବାର ୩ୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତପୋବନସ୍ଥିତ ଏନଟିପିସିର ପାୱାର ପ୍ରକଳ୍ପରେ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାରକାରୀ ଟିମର ସଦସ୍ୟମାନେ ସୁଡ଼ଙ୍ଗରେ ୧୦୦ମିଟର ଭିତରକୁ ପ୍ରବେଶ କରିପାରିଛନ୍ତି ।

By amfnews

Related Post