Fri. Dec 27th, 2024

ଉତ୍ତରପ୍ରଦେଶ: ମାୟାବତୀଙ୍କ ଫମୁଲାରେ ବିଏସପିକୁ ହରାଇବ ବିଜେପି?

By amfnews Nov 22, 2018 #Featured
145 Views

ଲଖନଉ, ନଭେମ୍ବର ୨୨: ଯେଭଳି ଭାବରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସୋସିଆଲ ଇଞ୍ଜିନିୟରିଂ ସହିତ ଦଳିତ ଏବଂ ସଂଖ୍ୟାଲଘୁୁଙ୍କ ସହିତ ବ୍ରାହ୍ମଣ ଏବଂ ଓବିସି ଭୋଟ ବଳରେ ୨୦୦୭ରେ ଉତ୍ତରପ୍ରଦେଶରେ ସରକାର ଗଠନ କରିଥିଲା, ଠିକ ସେହିଭଳି କାମ କରିବାକୁ ଭାରତୀୟ ଜନତା ପାର୍ଟି ଆଗାମୀ ଦିନର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି । ବିଜେପି ଚାହୁଁଛି ଯେ, ଦଳିତଙ୍କ ବ୍ୟତୀତ ଓବିସି ଭୋଟର ସଂହ ଭାଗ ନିଜ ସପକ୍ଷରେ ଆସୁ ।

ବିଜେପି ସୋସିଆଲ ଇଞ୍ଜିନିୟରିଂର ଏହି ଉଦ୍ୟମକୁ ନିଜର ଶୈଳୀରେ ପ୍ରସ୍ତୁତି କରିଛି । ବିଜେପି ଅନୁସୂଚିତ ମୋର୍ଚ୍ଚା ବଳରେ ସାମାଜିକ ପ୍ରତିନିଧି ସମ୍ମିଳନୀ ଆରମ୍ଭ କରିସାରିଛି । ଦଳିତଙ୍କ ଭିନ୍ନ ଭିନ୍ନ ବର୍ଗକୁ ଅଲଗା ଅଲଗା ବୈଠକରେ ଡାକିଛି । ବିଗତ ଦିନରେ ଜାଟବ ସମାଜର ସମ୍ମିଳନୀ ହୋଇ । ସାଂସଦ, ବିଧାୟକ ଏବଂ ସଂଗଠନ ପରିଚାଳନା କରୁଥିବା ଲୋକ ଏହି ବୈଠକରେ ସାମିଲ ଥିଲେ ।

ନଭେମ୍ବର ୨୪ରେ କଠେରିଆ, ଧରକାର, ଦୁଷାଦ, ବହେଲିଆ, ଗୌଡ, ମୁସହର ଏବଂ ଅନ୍ୟ କମଲୋକ ସଂଖ୍ୟା ଥିବା ଅନୁସୂଚିତ ଜାତିର ସମ୍ମିଳନୀ ବିଶ୍ୱସରେୟା ହଲରେ ଆୟୋଜିତ ହେବାକୁ ଯାଉଛି । ନଭେମ୍ବର ୨୭ରେ ସୋନକର ସମାଜ ଏବଂ ନଭେମ୍ବର ୨୮ରେ ଧୋବା ସମାଜର ବୈଠକ ହେବ । ନଭେମ୍ବର ୨୯ରେ କୌରୀ ସମାଜ ଏବଂ ନଭେମ୍ବର ୩୦ରେ ବାଲ୍ମିକୀ ସମାଜର ସମ୍ମିଳନୀ ହେବ । ପାସି ସମାଜର ବୈଠକ ଡିସେମ୍ବର ୧୫ରେ ହେବ ।

ରାମବାଇ ଆମ୍ବେଦକର ସ୍ଥଳରେ ଦଳିତଙ୍କ ପାଇଁ ଏକ ବିଶାଳ ରାଲି ଯୋଜନା କରାଯାଇଛି । ସୂତ୍ର ଅନୁସାରେ ଡିସେମ୍ବର ୨୫ରେ ଆୟୋଜନ ହେବାକୁ ଥିବା ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗଦେବେ । ରାଲି ମାଧ୍ୟମରେ ସରକାରଙ୍କ ଦ୍ୱାରା କରାଯାଇଥିବା ବିକାଶ କାର୍ଯ୍ୟ ଉପରେ ଅବଗତ କରାଯିବ ।

By amfnews

Related Post