Wed. Nov 20th, 2024

ଉତ୍ତରପ୍ରଦେଶରେ ଉତ୍ପାଦିତ ପୋଲିଓ ଟିକାରେ ସଂକ୍ରମଣ ମିଳିବା ଅଭିଯୋଗରେ ୬ ଗିରଫ

By amfnews Sep 30, 2018 #Featured
128 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୩୦: ଭାରତ ସହିତ ପୁରା ବିଶ୍ୱରେ ପୋଲିଓ ଟୀକାର ଟାଇପ-୨ ସଂକ୍ରମଣ ଶେଷ ହୋଇସାରିଛି କିନ୍ତୁ ଏବେ ଉତ୍ତର ପ୍ରଦେଶର ଗାଜିଆବାଦରେ ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ପୋଲିଓ ଟିକାରେ ଏହି ସଂକ୍ରମଣ ମିଳିବାକୁ ନେଇ ଭୟ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା କିଛି ଟିକାରେ ପୋଲିଓ ଟାଇପ-୨ ସଂକ୍ରମଣର ଅଂଶବିଶେଷ ମିଳିବା ପରେ ଯାଞ୍ଚ ଆଦେଶ ଦିଆଯାଇଛି ।

ସେହିଭଳି କମ୍ପାନୀର ପରିଚାଳନା ନିର୍ଦ୍ଦେଶକକୁ ଶନିବାର ଗିରଫ କରାଯାଇଛି । କେବଳ ସରକାରଙ୍କ ଦ୍ୱାରା ପରିଚାଳିତ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପୋଲିଓ ଟିକା ଦେଉଥିବା କମ୍ପାନୀ ‘ବାୟୋମେଡ ପ୍ରାଇଭେଟ ଲିମିଟେଡ’ର ପରିଚାଳନା ନିର୍ଦ୍ଦେଶକଙ୍କୁ ପୁଲିସ ଗିରଫ କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି ।

ଜଣେ ସରକାରୀ ଅଧିକାରୀ କହିଛନ୍ତି, କମ୍ପାନୀର ୫ ଜଣ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି । ପୁଲିସ ଅନ୍ୟ ନିର୍ଦ୍ଦେଶକଙ୍କୁ ଗିରଫ କରିବା ପାଇଁ ଖୋଜୁଛି ବୋଲି ଅଧିକାରୀ କହିଛନ୍ତି ।

By amfnews

Related Post