Sat. Mar 7th, 2026

ଇସ୍ରୋ ପକ୍ଷରୁ ଆଜି ଟୁଇଟର ଜରିଆରେ ସୂଚନା, ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ପ୍ରୟାସ ଜାରି ରହିଛି

296 Views

ବେଙ୍ଗାଲୁରୁ: ଇସ୍ରୋ ଆଜି ଟୁଇଟର ଜରିଆରେ ସୂଚନା ଦେଇଛି ଯେ  ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ କରିବାକୁ ସମସ୍ତ ପ୍ରକାରର ପ୍ରୟାସ ଜାରି ରହିଛି। ଇସ୍ରୋ ମଙ୍ଗଳବାର ଟୁଇଟ୍ କରି ଆହୁରି ସୂଚନା ଦେଇଛି ଯେ ଚନ୍ଦ୍ରଯାନ-୨ର ଅର୍ବିଟର ବିକ୍ରମ ଲ୍ୟାଣ୍ଡରକୁ ଖୋଜି ବାହାର କରିଛି। କିନ୍ତୁ ତାହା ସହ କୌଣସି ଯୋଗାଯୋଗ କରି ହେଉ ନାହିଁ। ଏଥିପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଇସ୍ରୋ ଆହୁରି ଏଗାର ଦିନ ଧରି ଲଗାତାର ପ୍ରୟାସ କରିବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ରବିବାର ମଧ୍ୟରାତ୍ରରେ ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠ ଠାରୁ ମାତ୍ର ୨.୧ କିଲୋମିଟର ଉଚ୍ଚତାରେ ଥାଇ ଯେତେବେଳେ ସୂକ୍ଷ୍ମ ଅବତରଣ ବା ସଫ୍ଟ ଲାଣ୍ଡିଂ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲା ସେତିକିବେଳେ ବିକ୍ରମରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା ଏବଂ ଶେଷ ମୁହୂର୍ତ୍ତରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ ବଦଳରେ ହାର୍ଡ ଲାଣ୍ଡିଂ ବା କ୍ରାସ୍ ଲାଣ୍ଡିଂ କରିଥିଲା ଲାଣ୍ଡର ବିକ୍ରମ।

Scientists monitor, as Vikram Lander begins its descent on the south pole of the moon, at ISRO office in Bengaluru on Saturday.

By amfnews

Related Post