Fri. Mar 6th, 2026

‘ଇସ୍ରୋ’ ଦ୍ବାରା ପ୍ରସ୍ତୁତ ସ୍ବଦେଶୀ ‘ଜିପିଏସ୍‌’କୁ ସ୍ବୀକୃତି ଦେଲା ‘ଆଇଏମ୍‌ଓ’

442 Views

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ବିକଶିତ ଏକ ସ୍ବଦେଶୀ ‘ଜିପିଏସ୍‌’କୁ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ମେରିଟାଇମ୍ ଅର୍ଗାନାଇଜେସନ୍‌’ (ଆଇଏମ୍‌ଓ) ସ୍ବୀକୃତି ‌ଦେଇଛି।

‘ନେଭିଗେସନ୍ ୱିଥ୍ ଇଣ୍ଡିଆନ୍‌ କନ୍‌ଷ୍ଟେଲେସନ୍’ (ଏନ୍‌ଭିଆଇସି) ବୋଲି ନାମକରଣ କରାଯାଇଥିବା ଏହି ‘ଜିଏସ୍‌ପି’ ‘ୱାର୍ଲଡ୍‌-ୱାଇଡ୍ ରେଡିଓ ନେଭିଗେସନ୍ ସିଷ୍ଟମ୍‌’ର (ଡବ୍ଲୁଡବ୍ଲୁଆର୍‌ଏନ୍‌ଏସ୍‌) ଉପକରଣ ଭାବେ ବ୍ୟବହୃତ ହେବ। ଏହାଦ୍ବାରା ନିଜସ୍ବ ଆଞ୍ଚଳିକ ‘ନେଭିଗେସନ୍ ସାଟେଲାଇଟ୍‌ ସିଷ୍ଟମ୍‌’ ଥିବା ଦେଶ ଭାବେ ଭାରତ ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇପାରିଛି। ‘ଆଇଏମ୍‌ଓ’ ସ୍ବୀକୃତିପ୍ରାପ୍ତ ନିଜସ୍ବ ‘ନେଭିଗେସନ୍ ସିଷ୍ଟମ୍‌’ ଅନ୍ୟ ତିନୋଟି ଦେଶ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌ ଓ ଚୀନ୍।

Image Courtesy of The Better India

ଏହି ସ୍ବଦେଶୀ ‘‘ଜିପିଏସ୍‌’’ ସାହାଯ୍ୟରେ ସାମୁଦ୍ରିକ କ୍ଷେତ୍ରରେ ଦିଗନିର୍ଣ୍ଣୟ, ସର୍ବେକ୍ଷଣ ଏବଂ ‘ଜିଓଡେସି’ ଆଦି କାର୍ଯ୍ୟ ଅନାୟାସରେ କରାଯାଇପାରିବ।

ଗତ ମାସରେ ଅନୁଷ୍ଠିତ ‘ଆଇଏମ୍‌ଓ’ ମେରିଟାଇମ୍‌ ସେଫ୍ଟି କମିଟିର  ୧୦୨ତମ ଅଧିବେଶନରେ ‘ଏନ୍‌ଭିଆଇସି’କୁ ସ୍ବୀକୃତି ପ୍ରଦାନ କରାଯାଇଥିବା କଥା ଏକ ବିବୃତିରେ ‘ଇସ୍ରୋ’ କହିଛି।

‘ଇସ୍ରୋ’ର ବୈଷୟିକ ସହାୟତାରେ ବନ୍ଦର ମନ୍ତ୍ରାଳୟ, ଜାହାଜ ଚଳାଚଳ ଏବଂ ଜଳପଥର ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିପିଙ୍ଗ୍‌’ ଏହାକୁ ‘ଆଇଏମ୍‌ଓ’ରେ ଉପସ୍ଥାପନ କରିଥିଲା।

By amfnews

Related Post