Sat. Jan 11th, 2025

ଇସ୍ରାଏଲ ଓ ୟୁଏଇ ମଧ୍ୟରେ ସ୍ୱାକ୍ଷାରିତ ହେଲା ଶାନ୍ତି ଚୁକ୍ତି

By amfnews Aug 14, 2020 #Featured
113 Views

ୟୁଏଇ, ଅଗଷ୍ଟ ୧୪ (ଖବର ଓଡ଼ିଶା):

ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ସ୍ୱାକ୍ଷାରିତ ହୋଇଥିବା ଐତିହାସିକ ଶାନ୍ତି ଚୁକ୍ତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି, ଏହି ଶାନ୍ତି ଚୁକ୍ତି ଘୋଷଣା ହେବା ପରେ ପାକିସ୍ତାନ ପାଇଁ ଏହା ଏକ ବଡ଼ ଝଟକା | ଚୁକ୍ତିନାମା ଅନୁଯାୟୀ, ଇସ୍ରାଏଲ୍ ଏଣିକି ଆଉ ପାଲେଷ୍ଟାଇନର ଅଞ୍ଚଳକୁ ଦଖଲ କରିବ ନାହିଁ। ଏହାର ପ୍ରତିବଦଳରେ ମଧ୍ୟ ପୂର୍ବର ଏକ ଶକ୍ତିଶାଳୀ ଦେଶ ଭାବରେ ପରିଗଣିତ ୟୁଏଇ ଇସ୍ରାଏଲ ପ୍ରତି ନିଜର ଅସନ୍ତୋଷ ଦୂର କରିବା ସହ କୂଟନୈତିକ ସମ୍ପର୍କ ସ୍ଥାପନ କରିବା ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ସ୍ୱାକ୍ଷାରିତ ହୋଇଛି ।

ୟୁଏଇର ସହ ଶାନ୍ତି ଚୁକ୍ତି ହେବା ପରେ ବର୍ତ୍ତମାନ ସାଉଦି ଆରବ ସହ ମଧ୍ୟ ଇସ୍ରାଏଲର ଶାନ୍ତି ଚୁକ୍ତି ହେବା ନେଇ ସଙ୍କେତ ମିଳୁଛି । ମଧ୍ୟ ପୂର୍ବରେ ଭାରତ, ଆମେରିକା ଏବଂ ଇସ୍ରାଏଲର ହସ୍ତକ୍ଷେପ ଦିନକୁ ଦିନ ବୃଦ୍ଧି ପାଉଛି । କିନ୍ତୁ ବର୍ତ୍ତମାନ ଭାରତ ଓ ଇସ୍ରାଏଲକୁ ଟକ୍କର ଦେବା ପାଇଁ ପାକିସ୍ତାନ ତୁର୍କୀ ସହ ହାତ ମିଳାଇଥିବା ଜଣାପଡିଛି । ମଧ୍ୟ ପ୍ରାଚ୍ୟରେ କେବଳ ତୁର୍କୀ ହିଁ ପାକିସ୍ତାନ ପାଇଁ ଏକମାତ୍ର ଶକ୍ତିଶାଳୀ ବନ୍ଧୁ ଭାବେ ରହିଛି | ତେବେ ହାମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଓ ୟୁଏଇ ଶାନ୍ତି ଚୁକ୍ତି ନେଇ ନିଜ ପ୍ରତିକ୍ରିୟାରେ କହିଛି ଇସ୍ରାଏଲ ସହ ସମ୍ପୂର୍ଣ୍ଣ କୂଟନୈତିକ ସମ୍ପର୍କ ସ୍ଥାପନ କରିବାକୁ ରାଜି ହୋଇ ୟୁଏଇ ପାଲେଷ୍ଟାଇନୀୟମାନଙ୍କୁ ପଛ ପଟୁ ଛୁରୀରେ ହତ୍ୟା କରିଛି ।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଯିବାର କିଛି ସମୟ ପରେ ହିଁ ହାମାସଙ୍କ ତରଫରୁ ଏହି ପ୍ରତିକ୍ରିୟା ପ୍ରକାଶ ପାଇଛି । ହାମାସ ମୁଖପାତ୍ର ଫୌଜୀ ବାରହମ୍ କହିଛନ୍ତି ଯେ ଏହି ଘୋଷଣା ଇସ୍ରାଏଲ୍ ପକ୍ଷରୁ ଜୋର ଜବରଦସ୍ତି ଦଖଲ ହେଉଥିବା ଅଞ୍ଚଳର ଅପରାଧ ପାଇଁ ଏକ ପୁରସ୍କାର ଅଟେ । ଏହା ଆମ ଲୋକ ମାନଙ୍କର ପିଠିରେ ଛୁରୀ ମରାଗଲା । ‘

ଇସଲାମିକ ସନ୍ତ୍ରାସବାଦୀ ହାମାସ ଆନ୍ଦୋଳନ ଅନେକ ଥର ଇସ୍ରାଏଲକୁ ଧ୍ୱଂସ କରିବାକୁ ଚେଷ୍ଟା କରିଛି ଏବଂ 2007 ରେ ଗାଜା ଅଞ୍ଚଳକୁ ନିୟନ୍ତ୍ରଣ କରିବା ପରଠାରୁ ଇସ୍ରାଏଲ ବିରୁଦ୍ଧରେ ତିନୋଟି ଯୁଦ୍ଧ ଲଢି ସାରିଲାଣି । ଏମିରେଟ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସଂଯୁକ୍ତ ଆରବ ଏମିରେଟ୍ସ ଓ ଇସ୍ରାଏଲ ମଧ୍ୟରେ ଶାନ୍ତି ସମ୍ପର୍କ ସ୍ଥାପନ କରିବାକୁ ରାଷ୍ଟ୍ରପତି ଟ୍ରମ୍ପ ଯେଉଁ ଘୋଷଣା କରିଛନ୍ତି ତାହା ପାଲେଷ୍ଟାଇନ ଦେଶ ଦଖଲ କରିବା ପାଇଁ ଇସ୍ରାଏଲ ଯେଉଁ ଉଦ୍ୟମ କରୁଥିଲା ସେଥିରୁ ସେମାନଙ୍କ(ପାଲେଷ୍ଟାଇନୀୟମାନଙ୍କୁ) ରକ୍ଷା କରାଯିବ ।

By amfnews

Related Post