Sat. Mar 7th, 2026

ଇସ୍ତଫା ପତ୍ରରେ ଆଲୋକ ବର୍ମାଙ୍କ ଅଭିଯୋଗ : ସିଭିସି ଜରିଆରେ ସିବିଆଇକୁ ହାତବାରିସି କରିହେବା ରାସ୍ତା ଦେଖାଇଲେ ସରକାର

CBI Chief Alok Verma leavs the Home Ministry after a meeting in New Delhi on tuesday. The CBI chief works from the North Block every Tuesdays and Thursdays. Express Photo by Tashi Tobgyal 231018
399 Views

ନୂଆଦିଲ୍ଲୀ: ଶୁକ୍ରବାର କେନ୍ଦ୍ର ସରକାରଙ୍କ ପର୍ସୋନେଲ ଓ ଟ୍ରେନିଂ ବିଭାଗର ସଚିବଙ୍କ ନିକଟକୁ ବିଦାୟୀ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଲେଖିଥିବା ଇସ୍ତଫା ପତ୍ରରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ସୂଚାଇଛନ୍ତି।

ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ୧୦ ଜାନୁଆରି ୨୦୧୯ରେ ଜାରି ନିର୍ଦ୍ଦେଶନାମା ବଳରେ ମୋତେ ସିବିଆଇରୁ ବଦଳି କରାଯାଇ ଅଗ୍ନିଶମ, ସିଭିଲ ଡିଫେନ୍ସ ଓ ଗୃହରକ୍ଷୀ ମହାନିର୍ଦ୍ଦେଶକ ପଦବିରେ ଅବସ୍ଥାପିତ କରାଯାଇଛି। ମୋ ବିଷୟରେ ନିଷ୍ପତ୍ତି ନେବା ପୂର୍ବରୁ ସିଭିସି ରିପୋର୍ଟ ଉପରେ ମୋର ପକ୍ଷ ରଖିବାକୁ ସୁଦ୍ଧା ମୋତେ ଚୟନ କମିଟି ସୁଯୋଗ ଦେଇନାହିଁ। ସିବିଆଇ ନି‌ର୍ଦ୍ଦେଶକ ପଦବିରୁ ମୋତେ ହଟାଇବା ପାଇଁ ସମସ୍ତ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଓଲଟାଇ ଦିଆଯିବା ସହ ସ୍ବାଭାବିକ ନ୍ୟାୟକୁ ହତ୍ୟା କରାଯାଇଛି।

ସଂପ୍ରତି ସିବିଆଇ ଯାହାଙ୍କ କେଳେଙ୍କାରୀ ବିଷୟରେ ଅନୁସନ୍ଧାନ କରୁଛି, ସେଭଳି ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଯେ ସିଭିସି ରିପୋର୍ଟ ପ୍ରସ୍ତୁତ କରିଛି, ସେ କଥାକୁ ଚୟନ କମିଟି ବିଚାରକୁ ନେଇନାହାନ୍ତି। ଉକ୍ତ ଅଭିଯୋଗକାରୀଙ୍କ ଏକ ଲିଖିତ ଅଭିଯୋଗକୁ ହିଁ ସିଭିସି ଅବିକଳ ଚୟନ କମିଟିକୁ ପଠାଇଦେଇଛନ୍ତି। ଏପରିକି ଉକ୍ତ ଅଭିଯୋଗର ତଦନ୍ତ ପ୍ରକ୍ରିୟାକୁ ତଦାରଖ କରୁଥିବା ନ୍ୟାୟମୂର୍ତ୍ତି ଏ.କେ.ପଟ୍ଟନାୟକଙ୍କ ଆଗରେ ସେହି ଅଭିଯୋଗକାରୀ କେବେ ଥରେ ବି ହାଜର ହୋଇନାହାନ୍ତି। ଆହୁରି ମଧ୍ୟ, ସେହି ରିପୋର୍ଟ କିମ୍ବା ସେଥିରେ ଉଲେଖ ଥିବା ସିଦ୍ଧାନ୍ତ ତାଙ୍କର ନୁହେଁ ବୋଲି ମଧ୍ୟ ନ୍ୟାୟମୂର୍ତ୍ତି ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ସିବିଆଇ ଭଳି ଅନୁଷ୍ଠାନ ଯେ ଆମ ଗଣତନ୍ତ୍ରର ଅନ୍ୟତମ ଦୃଢ଼ ପ୍ରତୀକ, ଏହା ସମସ୍ତେ ଜାଣନ୍ତି। ଗତକାଲିର ନିଷ୍ପତ୍ତିକୁ ମୋର କାର୍ଯ୍ୟକାଳର ଏକ ଦସ୍ତବେଜ ଭାବେ କେବଳ ଧରାଯିବ ନାହିଁ। ବରଂ ଶାସନରେ ଥିବା ସରକାରର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ଦ୍ବାରା ନିଯୁକ୍ତ ସିଭିସି ଜରିଆରେ ଯେ କୈାଣସି ସରକାର କିପରି ସିବିଆଇକୁ ହାତବାରିସି କରିପାରନ୍ତି ଏହି ନିଷ୍ପତ୍ତି ପରବର୍ତ୍ତୀ ଶାସକମାନଙ୍କ ପାଇଁ ଏକ ମାର୍ଗ ଭାବେ ଧରାଯିବ।

ଏହାଛଡ଼ା, ଏମିତିରେ ମଧ୍ୟ ବୟସ ଦୃଷ୍ଟିରୁ ମୁଁ ଗତ ୨୦୧୭ ଜୁଲାଇ ୩୧ରେ ସରକାରୀ ଚାକିରୀରୁ ସେବାନିବୃତ୍ତ ହେବା କଥା। ତେବେ ସିବିଆଇ ନିର୍ଦ୍ଦେଶକ ପଦବି ପାଇଁ ୨ ବର୍ଷିଆ କାର୍ଯ୍ୟକାଳ ନିର୍ଦ୍ଧାରିତ ହୋଇଥିବାରୁ ମୁଁ ୩୧ ଜାନୁଆରି ୨୦୧୯ ଯାଏ ରହିବାର ଥିଲା। ଯେହେତୁ ମୁଁ ଆଉ ସିବିଆଇ ନିର୍ଦ୍ଦେଶକ ହୋଇ ରହିନାହିଁ, ନିୟମ ଅନୁସାରେ ଅଗ୍ନିଶମ, ସିଭିଲ ଡିଫେନ୍ସ ଓ ଗୃହରକ୍ଷୀ ମହାନିର୍ଦ୍ଦେଶକ ପଦବି ପାଇଁ ମୋର ଆଉ ବୟସ ନାହିଁ। ତେଣୁକରି ତୁରନ୍ତ ଆଜିଠାରୁ ମୋର ଅବସର ବ୍ୟବସ୍ଥା କରାଯାଉ।

By amfnews

Related Post