Sat. Mar 7th, 2026

ଇରାନ୍‌: ପରେଡ୍‌ରେ ବନ୍ଧୁକଧାରୀଙ୍କ ଆକ୍ରମଣ; ୨୦ ଆହତ

291 Views

ତେହେରାନ୍‌: ଶନିବାର ଦିନ ଦକ୍ଷିଣପଶ୍ଚିମ ଇରାନୀୟ ସହର ଅହଓ୍ଵାଜ୍‌ରେ ଏକ ସାମରିକ ପରେଡ୍‌ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରି କେତେକଙ୍କୁ ହତ୍ୟା କରିବା ସହ ଅନ୍ୟ କେତେକଙ୍କୁ ଆହତ କରିଛନ୍ତି। ଆହତମାନଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ଏବଂ ଜଣେ ଶିଶୁ।

ଆତତାୟୀମାନଙ୍କୁ ପୂର୍ବରୁ ‘ତାକିଫିରି ଗନ୍‌ମେନ୍‌’ ବୋଲି କୁହାଯାଉଥିବା ଇସ୍‌ଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ ବୋଲି କୁହାଯାଉଛି। ଘଟନା ଘଟିବାର ପରବର୍ତ୍ତୀ ଅବସ୍ଥାକୁ ରାଷ୍ଟ୍ରାୟତ ଟେଲିଭିଜନ ପ୍ରଦର୍ଶନ କରୁଛି। ୟୁନିଫର୍ମ ପରିହିତ ରକ୍ତାକ୍ତ ସୈନିକଗଣ ପରସ୍ପର ଧରାଧରି ହୋଇ ସେଠାରୁ ଚାଲି ଯାଉଛନ୍ତି।
ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି କି, ଖାକି ପୋଷାକ ପରିହିତ ଦୁଇ ଜଣ ବନ୍ଧୁକଧାରୀ ମୋଟରସାଇକେଲ୍‌ରେ ଆସି ଆକ୍ରମଣ କରିଥିଲେ।
ଆକ୍ରମଣ ପାଇଁ ଏ ଯାବତ୍‌ ନିଜକୁ କେହି ଦାୟୀ କରିନାହାନ୍ତି।

By amfnews

Related Post