Sun. Mar 8th, 2026

ଇରାନ୍‌ ଉପରେ ଆକ୍ରମଣ ପାଇଁ ଅନୁମତି ଦେବା ପରେ ମଧ୍ୟ ଆକ୍ରମଣ ସ୍ଥଗିତ ରଖିବାକୁ କହିଲେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌

178 Views

ଓ୍ଵାସିଂଟନ୍‌ : ଯୁକ୍ତରାଷ୍ଟ୍ର ଆମେରିକାର ସର୍ଭିଲେନ୍‌ସି ଡ୍ରୋନ୍‌କୁ ଗୁଳି ମାରି ଖସାଇ ଥିବାରୁ ଇରାନ୍‌ ବିପକ୍ଷରେ ସାମରିକ ଆକ୍ରମଣ କରିବାକୁ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଅନୁମୋଦନ କରିଥିଲେ, କିନ୍ତୁ ଗୁରୁବାର ରାତିରେ ହଠାତ୍‌ ତାହାକୁ ପ୍ରତ୍ୟାହାର କରି ନେଇଛନ୍ତି।

ହ୍ଵାଇଟ୍‌ ହାଉସ୍‌ ଠାରେ ରାଷ୍ଟ୍ରପତିଙ୍କ ଶୀର୍ଷ ଶ୍ରେଣୀୟ ଜାତୀୟ ସୁରକ୍ଷା କର୍ମଚାରୀ ଓ ବରିଷ୍ଠ କଂଗ୍ରେସୀୟ ନେତାଙ୍କ ସହ ବିଷଦ୍‌ ଆଲୋଚନା ଓ ତର୍କ ପରେ ଇରାନ୍‌ ଉପରେ ଆକ୍ରମଣ କରାଯିବ ବୋଲି ଗୁରୁବାର ସନ୍ଧ୍ୟା ୭ଟା ଯାଏଁ ସାମରିକ ଏବଂ କୂଟନୈତିକ ଅଧିକାରୀମାନେ ଆଶା କରୁଥିଲେ।

ଇରାନୀୟ ରାଡାର୍‌ ଏବଂ ମିସାଇଲ୍‌ ବ୍ୟାଟେରି ଭଳି ଅଳ୍ପ କେତେକ ଲକ୍ଷ୍ୟସ୍ଥଳରେ ଆକ୍ରମଣ ପାଇଁ ରାଷ୍ଟ୍ରପତି ପ୍ରଥମେ ଅନୁମୋଦନ କରିଥିଲେ।
କିନ୍ତୁ ହଠାତ୍‌ ସନ୍ଧ୍ୟାବେଳକୁ ତାହା ପ୍ରତ୍ୟାହାର କରି ନିଆଯାଇଥିଲା। ଆକ୍ରମଣ ସଂକ୍ରାନ୍ତରେ ଟ୍ରମ୍ପ୍‌ ସେମିତି ମନ ବଦଳାଇ ଦେଲେ କି, ପ୍ରଶାସନ କୌଣସି ରଣନୀତି ପରିବର୍ତ୍ତନ କରାଇଲା ସେ କଥା ଜଣାପଡ଼ି ନାହିଁ। ପରେ ପୁଣି ଆକ୍ରମଣ କରାଯିବ କି, ନାହିଁ ତାହା ବି ସ୍ପଷ୍ଟ ହୋଇ ନାହିଁ। ଏ ସଂକ୍ରାନ୍ତରେ ହ୍ଵାଇଟ୍‌ ହାଉସ୍‌ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି। କିନ୍ତୁ, ଇରାନର ସୈନିକ ଓ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଯଥା ସମ୍ଭବ କମ୍‌ କରିବାକୁ ଶୁକ୍ରବାର ପାହାନ୍ତା ପୂର୍ବରୁ ଆକ୍ରମଣ କରାଯାଇ ଥାଆନ୍ତା। ପରେ ପରେ ସାମୟିକ ଭାବେ ଏହି ଆକ୍ରମଣ ବନ୍ଦ ରଖାଗଲା ବୋଲି ସାମରିକ ଅଧିକାରୀମାନେ ଖବର ପାଇଲେ।

By amfnews

Related Post