Tue. Mar 10th, 2026

ଇରାନର ପରମାଣୁ ପାୱାର ପ୍ଲାଣ୍ଟ ଥରିଲା

148 Views

ତେହରାନ: ଇରାନର ବୁଶହେର ଠାରେ ଥିବା ପରମାଣୁ ପାୱାର ପ୍ଲାଣ୍ଟ ନିକଟରେ ଆଜି ଜବରଦସ୍ତ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ହଠାତ୍‌ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଥରିବାରୁ ଲୋକଙ୍କ ମଧ୍ୟରେ ଆକ୍ରମଣର ଆଶଙ୍କା ବଢ଼ିଥିଲା।

ହେଲେ ଏହା ପ୍ରକୃତି ଜନିତ ଭୂକମ୍ପ ଯୋଗୁ ଥରିଥିବା ଇରାନ ଗଣାମାଧ୍ୟମ ଖବର ପ୍ରକାଶ କରିଛି। ୟୁଏସଜିଏସ୍‌ ପକ୍ଷରୁ କୁହାଯାଇଛି ଯେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋରଜାନର ଦକ୍ଷିଣପୂର୍ବ ଅଞ୍ଚଳ ଠାରୁ ୧୦ କିମି ଦୂର। ଏହାର ଗଭୀରତା ୧୦ କିମି ରହିଥିଲା। ଏହାର ପ୍ରଭାବରେ ବୁଶହେର ଠାରେ ଥିବା ପରମାଣୁ ପାୱାର ପ୍ଲାଣ୍ଟ କିଛି ସମୟ ପାଇଁ ଥରିଥିଲା। ବୋରଜାନ ହେଉଛି ବୁଶହେର ଠାରୁ ୭୦ କିମି ଦୂର।

By amfnews

Related Post