175 Views
ଭୁବନେଶ୍ୱର : ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ସିବିଆଇ ତଦନ୍ତ ଦାବି ହୋଇଛି । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । ପୀଡିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆବେଦନ ହୋଇଛି । ଏହାସହ ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ ପାଇଁ ମଧ୍ୟ ଦାବି କରାଯାଇଛି ।
ଅନ୍ୟପକ୍ଷରେ ଏହି ଘଟଣାରେ ମହିଳା କମିସନ ଓଟିଭି ଏମଡିଙ୍କୁ ନୋଟିସ କରିଛନ୍ତି । ଯଦି ସେ ହାଜର ନହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ପୀଡିତାଙ୍କ ମା’ ଓ ଓଟିଭ ଏମଡିଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପକୁ ଆଧାର କରି ଏହି ଘଟଣାର ତଦନ୍ତ କରାଯାଉଛି । ତେବେ ପୀଡିତାଙ୍କ ମା’ ଆଣିଥିବା ଅଭିଯୋଗକୁ ଆଧାର କରି ଓଟିଭ ଏମଡିଙ୍କୁ ନୋଟିସ କରିଛନ୍ତି ମହିଳା କମିସନ ।
ଏହାମଧ୍ୟରେ ଆଜି ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ସିବିଆଇ ତଦନ୍ତ ପାଇଁ ଆବେଦନ କରାଯାଇଛି । ଏହାସହ କ୍ଷତିପୂରଣ ଦାବି ସହ ଅଭିଯୁକ୍ତଙ୍କୁ ଗିରଫ ଦାବି କରାଯାଇଛି ।