374 Views

ଜାକର୍ତ୍ତା, ଅକ୍ଟୋବର ୨୯: ଇଣ୍ଡୋନେସିଆର ବିମାନ ‘ଲାୟନ ଏୟାର ପାସେଞ୍ଜର’ ସୋମବାର ସକାଳୁ ନିଖୋଜ ହୋଇଯାଇଛି । ରାଜଧାନୀ ଜାକର୍ତ୍ତା ଠାରୁ ବିମାନ ଉଡ଼ିବାର କିଛି ସମୟ ପରେ ନିଖୋଜ ହୋଇ ଯାଇଥିବା ବେସାମରିକ କର୍ତ୍ତୃପକ୍ଷ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିଛି । ଏୟାରକ୍ରାଫ୍ଟ ସକାଳ ୬ଟା ୩୦ ମିନିଟରେ ଏୟାର ଟ୍ରାଫିକ କଟ୍ରୋଲ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସୁମାତ୍ରା ଦୀପରେ ଥିବା ପାଙ୍ଗକଲ ପିନାଙ୍ଗ ଅଭିମୁଖେ ଯାଉଥିବା ବିମାନ ୧୩ ମିନିଟ ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।