Sat. Mar 7th, 2026

ଇଣ୍ଡୋନେସିଆରେ ମିଳିଲା ବିଶ୍ୱର ସବୁଠୁ ବଡ଼ ମହୁମାଛି: ‘ଉଡ଼ନ୍ତା ବୁଲ୍‌ଡଗ୍‌’

339 Views

ପ୍ୟାରିସ୍‌: ବୁଢ଼ା ଆଙ୍ଗୁଠି ଆକାରର ପତଙ୍ଗ- ବିଶ୍ୱର ସବୁଠୁ ବଡ଼ ମହୁମାଛି ପ୍ରାୟ ୪୦ ବର୍ଷ ପରେ ଇଣ୍ଡୋନେସିଆର ସୁଦୂର ଅଭ୍ୟନ୍ତରରେ ଦେଖାଯାଇଥିବା କଥା ଗବେଷକମାନେ ଗୁରୁବାର ଦିନ କହିଛନ୍ତି।

ଆଖିଦୃଶିଆ ଆକୃତି ସତ୍ତ୍ୱେ ବିଶାଳ ଓ୍ଵାଲ୍‌ସ୍‌ଙ୍କ ସେ ବିଶାଳ ମହୁମାଛିକୁ କେହି ଦେଖି ପାରି ନ ଥିଲେ। ଊନବିଂଶ ଶତାବ୍ଦୀରେ ବ୍ରିଟିସ୍‌ ପ୍ରକୃତିବିଦ୍‌ ଆଲ୍‌ଫ୍ରେଡ୍‌ ରସେଲ୍‌ ଓ୍ଵାଲେସ୍‌ ତାକୁ ଆବିଷ୍କାର କରିଥିଲେ। ଗ୍ଲୋବାଲ୍‌ ଓ୍ଵାର୍ଲଡ୍‌ଲାଇଫ୍‌ କନ୍‌ଜର୍‌ଭେସନ୍‌ କହେ, ୧୯୮୧ରେ ତା’ର ଶ୍ରଦ୍ଧା ନାମ ଦିଆଯାଇଥିଲା ‘ଉଡ଼ନ୍ତା ବୁଲ୍‌ଡଗ୍‌’।

ଏଇ ବିଶାଳ ପତଙ୍ଗଟିର ଫଟୋ ଉତ୍ତୋଳନ କରିଥିବା ମହୁମାଛି ଫଟୋଉଠା ବିଶେଷଜ୍ଞ କ୍ଲେ ବୋଲ୍‌ଟ୍‌ କହନ୍ତି: ପତଙ୍ଗଟି କେଡ଼େ ସୁନ୍ଦର, ତା ବିରାଟ ଡେଣାର ଶବ୍ଦ କେମିତି ନ ଦେଖିଲେ ଆଖିକୁ ବିଶ୍ୱାସ କରି ହେବ ନାହିଁ।

ଇଣ୍ଡୋନେସିଆର ଏଇ ଅଞ୍ଚଳବାସୀଙ୍କ ଗୌରବର ସ୍ଥଳୀ ଭାବେ ଏଇ ମହୁମାଛିଟିକୁ ସଂରକ୍ଷଣର ସଂକେତ ଭାବେ ଚିହ୍ନିତ କରିବା ମୋର ଇଚ୍ଛା। ‘ମେଗାଚାଇଲ୍‌ ପ୍ଲୁଟୋ’ (ବୈଜ୍ଞାନିକ ନାଁ) ନାମକ ଏଇ ମହୁମାଛି ଇଣ୍ଡୋନେସୀୟ ଦ୍ୱୀପାଞ୍ଚଳର ଉତ୍ତର ମୋଲୁକାସ୍‌ ଅଞ୍ଚଳରେ ବାସ କରେ। ଉଇହୁଙ୍କାରେ ରହେ।ପୂର୍ବରୁ ବହୁଥର ଏ ଅଞ୍ଚଳକୁ ପ୍ରକୃତିବିଦ୍‌ମାନେ ଆସିଥିଲେ ବି ସେ ମହୁମାଛିକୁ ଦେଖି ପାରି ନ ଥିଲେ।

By amfnews

Related Post