Fri. Dec 27th, 2024

ଇଟାୱା ସିଂହ ସଫାରୀ ପହଂଚିଲା କରୋନା ସଂକ୍ରମଣ, ୨ ସିଂହି କୋଭିଡ ପଜିଟିଭ୍

By amfnews May 8, 2021 #Featured
150 Views

ଇଟାୱା, ମେ ୦୮ : କରୋନା ଭାଇରସ ପଶୁମାନଙ୍କୁ ମଧ୍ୟ ନିଜ ଅଧିନକୁ ଆଣିଛି । ଉତ୍ତର ପ୍ରଦେଶର ଇଟାୱାସ୍ଥିତ ଲାୟନ ସଫାରୀରେ ୨ଟି ମାଈ ସିଂହ (ସିଂହି) କରୋନା ସଂକ୍ରମିତ ହୋଇଛନ୍ତି । ଲାୟନ ସଫାରୀର ବ୍ରିଡିଙ୍ଗ ସେଣ୍ଟରରେ ୧୮ ସିଂହ ଅଛନ୍ତି । ଏଥିରୁ ୨ଟି ସିଂହି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ସଫାରୀରେ କାର୍ଯ୍ୟରତ କର୍ମଚାରୀ ଭୟଭୀତ ହୋଇଯାଇଛନ୍ତି । ମାତ୍ର ସଫାରୀର ନିର୍ଦ୍ଦେଶକ ଉଭୟ ସିଂହିଙ୍କୁ ଆଇସୋଲେସନ କରାଇଛନ୍ତି । ଏଥି ସହିତ ଏସଂପର୍କିତ ଏକ ପ୍ରେସ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି । 

ସିଂହି ଗୌରୀ (ବୟସ ୩ ବର୍ଷ ୮ ମାସ) ଓ ଜେନିଫର (୮ବର୍ଷ) ଉଭୟ ଗତ ୩୦ ତାରିଖ ଠାରୁ ଖାଦ୍ୟ ଗ୍ରହଣ କରୁନଥିଲେ । ଏହା ପରେ ଉଭୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପରୀକ୍ଷା ସମୟରେ ସେମାନଙ୍କର ତାପମାତ୍ରା ସାଧାରଣ ଠାରୁ ଅଧିକ ଥିଲା । ଏମାନଙ୍କୁ ଚିକିତ୍ସା ଆରମ୍ଭ କରିଦିଆଯାଇଥିଲା । କିନ୍ତୁ ଅଧିକ ଯାଂଚ ପାଇଁ ବରେଲିସ୍ଥିତ ଭାରତୀୟ ପଶୁ ଚିକିତ୍ସା ଗବେଷଣା ପ୍ରତିଷ୍ଠାନକୁ ପରୀକ୍ଷା ପାଇଁ ରକ୍ତ ଓ ମଳ ନମୁନା ପଠାଯାଇଥିଲା । ଏବେ ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି । ସଫାରିରେ ଉଭୟ ସିଂହିଙ୍କୁ ଡାକ୍ତରଙ୍କ ନଜରରେ ରଖାଯାଇଛି । 

By amfnews

Related Post