Sat. Mar 7th, 2026

ଇଞ୍ଜିନିୟରଙ୍କ ପାଇଁ ଏସ୍‌ବିଆଇରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ୮୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ବେତନ

327 Views

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ସ୍ପେଶାଲ କ୍ୟାଡର ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଏହି ଚାକିରି କଣ୍ଟ୍ରାକ୍ଟ ଓ ରୋଗୁଲାର ଆଧାରରେ ହେବ। ଏସ୍‌ବିଆଇ ଟପ୍‌ ଏଗଜିକ୍ୟୁଟିଭ୍‌ର ଆବଶ୍ୟକ ରହିଛି। ଏଥିପାଇଁ ଏସ୍‌ବିଆଇ ୪୦ଲକ୍ଷ ଓ ୮୦ଲକ୍ଷର ପ୍ୟାକେଜ ଅଫର କରିଛି। ଗୋଟିଏ ଚାକିରି ତିନି ବର୍ଷର କ୍ରଣ୍ଟ୍ରାକ୍ଟରେ ରହିଥିବା ବେଳେ ଦ୍ୱିତୀୟ ଚାକିରି ରୋଗୁଲାର ଆଧାରରେ ରହିଛି। ଦୁଇଟି ପଦ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଫେବ୍ରୁଆରି ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ସ୍ପେଶାଲ କ୍ୟାଡର ଅଫିସର ପାଇଁ କୌଣସି ବି ଯୋଗ୍ୟ ଆବେଦନକାରୀ ଆବେଦନ କରି ପାରିବେ। ଆବେଦନ କରିବା ପୂର୍ବରୁ ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ବେତନ ଓ ଚୟନ ପ୍ରକ୍ରିୟା ଆଦି ସମ୍ପର୍କରେ ସୂଚନା ରହିବା ଆବଶ୍ୟକ।

ଆବେଦନକାରୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ। ପ୍ରଥମେ ଆବେଦନକାରୀଙ୍କୁ ଅନ୍‌ଲାଇନ୍‌ ଆବେଦନ କରିବାକୁ ପଡ଼ିବ। ଯାହାର ଆବେଦନ ଶୁଳ୍କ ୬୦୦ଟଙ୍କା ରହିଛି। ଏହା ନନ୍‌-ରିଫଣ୍ଡେବଲ୍‌ ରାଶି ରହିଛି। ଏସି, ଏସ୍‌ଟି ପାଇଁ ୧୦୦ଟଙ୍କା ଆବେଦନ ଶୁଳ୍କ ରହିଛି। ଶୁଳ୍କର ପୈଠ ନେଟ୍‌ ବେଙ୍କିଂ, ଡେବିଟ୍‌ କାର୍ଡ ଓ କ୍ରେଡିଟ୍‌ କାର୍ଡ ଜରିଆରେ କରାଯିବ। ଟ୍ରାନ୍‌ଜାକ୍‌ସନ୍‌ ପୂରା ହେବା ପରେ ଇ-ରିସିଭିଂ ମିଳିବ। ଏହାକୁ ରଖିବା ଜୁରୁରୀ ଅଟେ।

ଚିଫ୍‌ ଟେକ୍‌ନୋଲୋଜି ଅଫିସର ପାଇଁ ସର୍ବନିମ୍ନ ଯୋଗ୍ୟତା ବିଟେକ୍‌/ଏମ୍‌ସିଏ/ବିଇ/ ଏମ୍‌ ଏସସି/ ଏମ୍‌ଟେକ୍‌ ରହିଛି। ଆବେଦନକାରୀ ପାଇଁ ଆଇଟି ଫିଲ୍ଡରେ ଅତିକମ୍‌ରେ ୨୦ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ।

ଡେପୁଟି ଜେନେରାଲ ମେନଜର ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ବିଟେକ ରହିଛି। ଯଦି ଆପଣ କମ୍ପ୍ୟୁଟର ସାଇନ୍ସ/ଆଇଟିରେ ଯଦି ପୋଷ୍ଟ ଗ୍ରାଜୁଏସନ୍‌ କରିଛନ୍ତି, ତେବେ ଆପଣ ବି ଆବଦେନ କରି ପାରିବେ। ଏହି ପଦ ପାଇଁ ଅଧିବେଶୀରେ ଆଇଟି ଫିଲ୍ଡରେ ୧୮ବର୍ଷର ଅଭିଜ୍ଞତା ରହିବା ଆବଶ୍ୟକ ରହିଛି।

ଚିଫି ଟେକ୍‌ନୋଲୋଜି ଅଫିସର ଚାକିରି ୩ ବର୍ଷର କଣ୍ଟ୍ରାକ୍ଟରେ ରହିଛି। ଏହି ପୋଷ୍ଟ ପାଇଁ ସିଟିଏସ୍‌ ୬୫ଲକ୍ଷରୁ ୮୦ଲକ୍ଷ ପର୍ଯ୍ୟନ୍ତ ରହିଛି।

By amfnews

Related Post