Sat. Mar 7th, 2026

ଇଜିପ୍ଟ୍‌ରେ ବସ୍‌ ଦୁର୍ଘଟଣା ଯୋଗୁଁ ଅନ୍ୟୂନ ୧୬ଜଣ ଭାରତୀୟ ପର୍ଯ୍ୟଟକ ଆହତ

177 Views

ନୂଆଦିଲ୍ଲୀ: ଇଜିପ୍ଟ୍‌ର ଆଇନ୍‌ ସୋଖ୍‌ନା ଠାରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୬ ଜଣ ଭାରତୀୟ ପର୍ଯ୍ୟଟକ ଆହତ ହୋଇଥିବା କଥା ଶନିବାର ଦିନ କାଇରୋସ୍ଥିତି ଭାରତୀୟ ଦୂତାବାସ କହିଛି।

ଆହତ ପର୍ଯ୍ୟଟକମାନେ ସୁଏଜ୍‌ ସିଟି ଏବଂ କାଇରୋରେ ଥିବା ଡାକ୍ତରଖାନାମାନଙ୍କରେ ଭର୍ତ୍ତି ହୋଇଛନ୍ତି। ଦୂତାବାସ କର୍ମଚାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି ବୋଲି ଦୂତାବାସ ଟୁଇଟ୍‌ କରି ଜଣାଇଛି। ଏହାଛଡ଼ା ଦୁଇଟି ହେଲ୍‌ପ୍‌ଲାଇନ୍‌ ନମ୍ବର ମଧ୍ୟ ଆଟାଚ୍‌ କରାଯାଇଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କୁ ଟ୍ୟାଗ୍‌ କରାଯାଇଥିବା ଟୁଇଟ୍‌ରେ ଲେଖାଯାଇଛି: ଆଜି (ଶନିବାର) ଇଜିପ୍‌ଟ୍‌ର ଆଇନ୍‌ ସୋଖ୍‌ନା ଠାରେ ୧୬ ଜଣ ଭାରତୀୟ ପର୍ଯ୍ୟଟକ ଥିବା ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁଏଜ୍‌ ସିଟି ଏବଂ କାଇରୋସ୍ଥିତ ଡାକ୍ତରଖାନାମାନଙ୍କରେ ଦୂତାବାସର କର୍ମଚାରୀମାନେ ଉପସ୍ଥିତ ଅଛନ୍ତି। ଦୁଇଟି ହେଲ୍‌ପ୍‌ଲାଇନ୍‌ ନମ୍ବର ଦିଆଯାଇଛି: (+20-1211299905 ଓ +20-1283487779)।

ଇଜିପ୍ଟ୍‌ର ଆହରମ୍‌ ଅନ୍‌ଲାଇନ୍‌ ଖବରକାଗଜ ରିପୋର୍ଟ କରିଛି ଯେ ଶନିବାର ଦିନ ପୋର୍ଟ ସୈଦ୍‌- ଦାମିଏତ୍ତା ରାଜପଥରେ ବସ୍‌ଟି ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇବାରୁ ୨୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଆଠ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାମାନଙ୍କରେ ଭର୍ତ୍ତି କରାଯାଇଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ପର୍ଯ୍ୟଟକଙ୍କୁ ନେଇ ଦୁଇଟି ବସ୍‌ ଲୋହିତ ସାଗର ଠାରେ ଥିବା ଆଇନ୍‌ ସୋଖ୍‌ନା ରିସର୍ଟକୁ ଯିବା ବାଟରେ ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇବାରୁ ତିନିଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୨୪ ଜଣ ଆହତ ହୋଇଛନ୍ତି।

By amfnews

Related Post