Thu. Dec 26th, 2024

ଇଂଲଣ୍ଡ ଫେରନ୍ତାଙ୍କ ସ୍ବାସ୍ଥ୍ୟ ଅନୁପାଳନ ନିମନ୍ତେ ହେଲ୍ପଲାଇନ ନମ୍ବର ଜାରି କଲା ସ୍ବାସ୍ଥ୍ୟ ବିଭାଗ

By amfnews Dec 24, 2020 #Featured
176 Views

ଭୁବନେଶ୍ବର, ଡିସେମ୍ବର ୨୪ : କରୋନାର ପରିବର୍ତ୍ତିତ ରୂପ ଇଂଲଣ୍ଡରେ ଭୟଙ୍କର ହୋଇଥିବାରୁ ବିଦେଶ ଫେରନ୍ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ  ହେଲ୍ପଲାଇନ ନମ୍ବର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଜାରି କରିଛି  ।

ମିଳିଥିବା ସୂଚନାନୁସାରେ, ବର୍ତ୍ତମାନ ସାର୍ସ କୋଭିଡ- ୨ ନାମକ ସଂକ୍ରମଣ ବିସ୍ତାର କରିବାରେ ଲାଗିଛି । ଯାହା ପୂର୍ବାପେକ୍ଷା ବେଶି ଭୟଙ୍କର । ସେଥିଲାଗି ଭାରତ ସରକାରଙ୍କ ପରାମର୍ଶ ଅନୁସାରେ ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ଯେଉଁମାନେ ଇଂଲଣ୍ଡ (ଯୁକ୍ତ ରାଜ୍ୟରୁ) ଫେରିଛନ୍ତି କୋଭିଡ ପ୍ରୋଟକଲ ମାନିବା ଜରୁରୀ ବୋଲି କୁହାଯାଇଛି  ।

ସେହି ସମୟରେ ଇଂଲଣ୍ଡରୁ ଫେରିଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କ ସମ୍ବନ୍ଧରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୦୪ ନମ୍ବର କିମ୍ବା ୦୬୭୪- ୨୩୯୦୪୬୬ରେ ଯୋଗାଯୋଗ କରିବାକୁ ଘୋଷଣା କରାଯାଇଛି  ।     

By amfnews

Related Post