Sun. Jan 12th, 2025

ଆୟୁଷ୍ମାନ ଭାରତ ଯୋଜନା: ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଲେ ୬୮ପ୍ରତିଶତ ଲୋକ

By amfnews Nov 18, 2018 #Featured
115 Views

ନୂଆଦିଲ୍ଲୀ, ନଭେମ୍ବର ୧୮  : ମୋଦୀ ସରକାରଙ୍କ ବହୁ ଚର୍ଚ୍ଚିତ ଆୟୁଷ୍ମାନ ଭାରତ ଯୋଜନାରେ ଏପର୍ଯ୍ୟନ୍ତ ପାଖାପାଖି ୨ଲକ୍ଷ ୩ହଜାର ଲାଭାର୍ଥୀ ତଥା ୬୮ପ୍ରତିଶତ ଲୋକଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ମିଳିଥିବା ସୂଚନା ମିଳିଛି । ଏହି ଯୋଜନାକୁ ସେପ୍ଟେମ୍ବର ୨୩ରେ ଲଂଚ୍ କରା ଯାଇଥିଲା । ନ୍ୟାସନାଲ ହେଲ୍ଥ ଡାଟା ଏଜେନ୍ସି ମୁତାବକ, ଏପର୍ଯ୍ୟନ୍ତ ୨ଲକ୍ଷ ୩୨ ହଜାର ୫୯୨ଲୋକଙ୍କୁ ଚିକିତ୍ସା ମିଳି ସାରିଛି ।

ସୂଚନାନୁଯାୟୀ, ଅଧିକ ଲୋକ ମୁହଁ ଏବଂ ଚେହେରା ସହ ଜଡିତ ସର୍ଜରୀ, ଚକ୍ଷୁ ରୋଗ, ସ୍ତ୍ରୀ ରୋଗ ସମସ୍ୟାର ଚିକିତ୍ସା କରାଇଛନ୍ତି । ମୁଣ୍ଡରେ ଆଘାତ ଲାଗିଥିବା ସର୍ଜରୀ ମଧ୍ୟ ଏଥିରେ ସାମିଲ ରହିଛି । ତେବେ ଦୁର୍ଘଟଣାରେ ପୀଡିତ ହେଉଥିବା ଲୋକମାନେ ଅଧିକ ଦାବୀ କରିଛନ୍ତି ବୋଲି ଜଣା ପଡିଛି । ୫୫,୪୮୨ଟି ହସ୍ପିଟାଲ ଏହି ଯୋଜନା ଆଧାରରେ ପ୍ୟାନେଲରେ ସାମିଲ ହେବା ପାଇଁ ଏନଏଚଏକୁ ଆବେଦନ କରିଛନ୍ତି । ଏଥିରୁ ୧୫ହଜାର ହସ୍ପିଟାଲଙ୍କୁ ପ୍ୟାନେଲରେ ସାମିଲ କରା ଯାଇଛି । ଆବେଦନ କରିଥିବା ୧୫ହଜାର ହସ୍ପିଟାଲ ମଧ୍ୟରୁ ୮ହଜାର ଘରୋଇ ହସ୍ପିଟାଲ ସାମିଲ ରହିଛି ।

ଆୟୁଷ୍ମାନ ଭାରତର ଡେପ୍ୟୁଟି ଚିଫ୍ ଦିନେଶ ଅରୋଡା କହିଛନ୍ତି କି, ହରିୟାଣା, ୟୁପି ଏବଂ ଛତିଶଗଡ ଭଳି ରାଜ୍ୟରେ ମଧ୍ୟ ଲୋକମାନେ ଏହାର ସୁବିଧା ଉଠାଇ ପାରୁଛନ୍ତି । ଆୟୁଷ୍ମାନ ଭାରତ ଆଧାରରେ ସରକାର ସ୍ୱାସ୍ଥ୍ୟ ଉପରେ ବିନିଯୋଗ କରୁଥିବା ଅରୋଡା ପୁଣି କହିଛନ୍ତି କି, ସେମାନେ ତୃତୀୟ ସ୍ତରୀୟ ଚିକିତ୍ସାକୁ ବାର୍ଷିକ ୬ହଜାରରୁ ୭ହଜାର ପର୍ଯ୍ୟନ୍ତ ବଢାଇବାକୁ ଚାହୁଁଛନ୍ତି । ତେବେ ପାଖାପାଖି ୫୦କୋଟି ଲୋକଙ୍କୁ ଚିକିତ୍ସା ଯୋଗାଇବା ଏହି ଯୋଜନାର ଲକ୍ଷ୍ୟ ରହିଛି । ଏହା ଦ୍ୱାରା ଗରୀବ ଶ୍ରେଣୀରେ ଥିବା ଲୋକମାନଙ୍କୁ ୫ଲକ୍ଷ ଟଙ୍କା କ୍ୟାସଲେସରେ ସ୍ୱାସ୍ଥ୍ୟ ବୀମା ଯୋଗେଇ ଦିଆଯିବ ।

By amfnews

Related Post