Sat. Mar 7th, 2026

ଆହ୍ଲାବାଦ: ହତ୍ୟା କରି ପତ୍ନୀଙ୍କ ମୃତଦେହ ଫ୍ରିଜ୍‌ରେ, ୩ ଝିଅଙ୍କ ମୃତଦେହ ଆଲମିରାରେ ରଖି ଯୁବକଙ୍କ ଆତ୍ମହତ୍ୟା

222 Views

ଆହ୍ଲାବାଦ: ଗତକାଲି ରାତିରେ ଉତ୍ତରପ୍ରଦେଶର ଆହ୍ଲାବାଦ ପୁଲିସ ଏକ ବନ୍ଦ ଘର ଭିତରୁ ୫ ଜଣଙ୍କ ମୃତଦେହ ଜବତ କରିଛି। ମୃତକମାନଙ୍କ ମଧ୍ୟରୁ ଗୃହ ସ୍ୱାମୀଙ୍କ ମୃତଦେହ ଘର ଭିତରେ ଝୁଲୁ ଥିବା ବେଳେ ତାଙ୍କ ପତ୍ନୀଙ୍କ ମୃତଦେହ ପ୍ରିଜ୍‌ ଭତରୁ ମିଳିଛି। ସେହିପରି ଦୁଇ ଝିଅଙ୍କ ମୃତଦେହ ଏ ସୁଟ୍‌କେଶ. ଆଲମିରା ଭିତରୁ ମିଳିଥିବା ବେଳେ ଅନ୍ୟଏକ ଝିଅର ମୃତଦେହ ଘର ଭିତରେ ପଡ଼ିଥିବା ଅବସ୍ଥାରେ ପୁଲିସ ଜବତ କରିଛି।ଘଟଣା ସମ୍ପର୍କରେ ଆହ୍ଲାବାଦ ପୁଲିସ ଅଧିକ୍ଷକ ନୀତିନ ତିଓ୍ଵାରୀ କହିଛନ୍ତି ଯେ, ଆହ୍ଲାବାଦର ଧୁମାନଗଞ୍ଜ ଥାନା ଅନ୍ତର୍ଗତ ପିପଲ ଗାଁରେ ଏହି ଘଟଣା ଘଟିଛି।

ପ୍ରାଥମିକ ତଦନ୍ତରୁଏହା ଏକ ହତ୍ୟାକାଣ୍ଡ ଓ ଆତ୍ମହତ୍ୟା ଘଟଣା ପରି ଜଣାପଡ଼ିଛି। ପ୍ରଥମେ ମନୋଜ କୁଶଓ୍ଵାହା (୩୫) ନାମକ ବ୍ୟକ୍ତି ଜଣକ ନିଜ ପତ୍ନୀ ଶ୍ୱେତା (୩୦ ବର୍ଷ) ଓ ୩ ଝିଅ ( ସୃଷ୍ଟି ଓରଫ ପ୍ରୀତି (୮ ବର୍ଷ), ଶିବାନୀ ( ୬ ବର୍ଷ) ଓ ଶେୟା (୩ ବର୍ଷ)ଙ୍କୁ ହତ୍ୟା କରିଛନ୍ତି।ସେମାନଙ୍କ ମଧ୍ୟରୁ ପତ୍ନୀଙ୍କ ମୃତଦେହକୁ ଫ୍ରିଜ୍‌ ଭିତରେ ରଖିବା ପରେ ଝିଅମାନଙ୍କ ମୃତଦେହ ମଧ୍ୟରୁ ଜଣକ ମୃତଦେହ ସୁଟ୍‌କେଶ ଭିତରେ ଓ ଅନ୍ୟ ଜଣକ ମୃତଦେହ ଆଲମିରା ଭିତରେ ରଖିଥିଲେ। ସାନ ଝିଅଟିର ମୃତଦେହ ଘରର ଚଟାଣରେ ପଡ଼ିଥିଲା।ପରେ ନିଜେ ମନୋଜ ଘରର ସିଲିଂରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଛ। ଯୁବକ ଜଣକ ନିଜ ପରିବାରର ସଦସ୍ୟଙ୍କୁ ହତ୍ୟା କରିବା ବେଳେ ଟିଭିିର ସାଉଣ୍ଡ ବଢ଼ାଇ ଦେଇଥିଲେ।

ଯାହା ଫଳରେ ଘର ଭିତରେ ଘଟୁଥିବା ହତ୍ୟାକାଣ୍ଡ ସମ୍ପର୍କରେ ବାହାର ଲୋକେ ଜାଣି ପାରିବେ ନାହିଁ। ସେହିପରି ମୃତ ମନୋଜଙ୍କ ଭାଉଜ କହିଛନ୍ତି ଯେ ସେ ପିଲାମାନଙ୍କ କାନ୍ଦ ଶୁଣିଛନ୍ତି। ମାତ୍ର ଏତେ ବଡ଼ ଘଟଣା ଘଟୁଥିବା ନେଇ କେହି ସନ୍ଦେହ କରି ପାରି ନ ଥିଲେ ବୋଲି ପୁଲିସ ଅଧିକ୍ଷକ ଶ୍ରୀ ତିଓ୍ଵାରୀ କହିଛନ୍ତି।

By amfnews

Related Post