Sat. Mar 7th, 2026

ଆସୁଛି ଅନୁଭବ ମହାନ୍ତିଙ୍କ ବାୟୋପିକ, ଲେଖୁଛନ୍ତି ଲୋକସଭା ଚ୍ୟାନେଲର ସାମ୍ବାଦିକା

420 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୧ : କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ବାୟୋପିକ ଆସିବାକୁ ଯାଉଛି ଯାହାକୁ ଲୋକସଭା ଟିଭିର ରିପୋର୍ଟର ତଥା ଆଙ୍କର ଜାଗୃତି ଶୁକ୍ଳା ଲେଖିବେ ବୋଲି ଜଣାପଡିଛି ।

ବାୟୋପିକର ଟ୍ରେଲର ସାମ୍ନାକୁ ଆସିସାରିଛି । ଚଳିତବର୍ଷ ଏପ୍ରିଲମାସରେ ଜାଗୃତିଙ୍କୁ ଅନୁଭବ ମହାନ୍ତିଙ୍କ ସହ ଦେଖିବାକୁ ମିଳିଥିଲା। ଏହାପରେ ଜାଗୃତି ଟ୍ବିଟ କରି ଜଣାଇଥିଲେ ଯେ, ଅନୁଭବ ମହାନ୍ତି ଜଣେ ପ୍ରତିଭାବାନ କଳାକାର। ଓଡ଼ିଆ ସିନେମାର ସୁପରଷ୍ଟାର। ଲୋକଙ୍କ ପସନ୍ଦର ସାଂସଦ। ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ଜଣେ ବିନମ୍ର ବ୍ୟକ୍ତି। ମୋର କବିତା ସଂକଳନ ପୁସ୍ତକ ତାଙ୍କୁ ଉପହାର ଦେଇ ମୁଁ ବେଶ ଖୁସି।

ଲୋକସଭା ଟିଭିରେ ସେ ଅନୁଭବଙ୍କର ସାକ୍ଷାତକାର ବି ନେଇଛନ୍ତି। ସେବେଠାରୁ ଉଭୟ ଉଭୟଙ୍କ ପୋଷ୍ଟକୁ ଲାଇକ, ସେୟାର ଓ ପ୍ରଶଂସା କରିଆସୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, ଜାଗୃତି ଶୁକ୍ଲା ଲୋକସଭା ଟିଭିରେ କନ୍ସଲଟାଣ୍ଟ ଭାବେ କାମ କରନ୍ତି । ସେ ମଞ୍ଚ ଅଭିନୟ, ଫଟୋଗ୍ରାଫି ଏବଂ ଭ୍ରମଣ କରିବାକୁ ବେଶ ରୁଚି ରଖନ୍ତି । ଜାଗୃତିଙ୍କ ହିନ୍ଦି ସାହିତ୍ୟ ଉପରେ ବେଶ ପାରଦର୍ଶିତା ଥିବାରୁ ସେ ଅନୁଭବଙ୍କ ଆତ୍ମଜୀବନୀର କାହାଣୀ ଲେଖୁଥିବା ଜଣାପଡିଛି ।

By amfnews

Related Post