Sat. Mar 7th, 2026

ଆସିଷ୍ଟାଣ୍ଟ୍ କମିଶନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

341 Views

ଭୁବନେଶ୍ୱର : କେନ୍ଦ୍ରୀୟ ଅବକାରୀ ବିଭାଗର ଜଣେ ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହ ଆଜି ଉଦ୍ଧାର କରାଯାଇଛି। ତାଙ୍କ ନାଁ ଅର୍ଜୁନ କୁମାର ଧଳ। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ସେ ପ୍ରାୟ ୬ ମାସ ପରେ ଚାକିରିରୁ ଅବସର ନେଇଥା’ନ୍ତେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

By amfnews

Related Post