Tue. Apr 22nd, 2025

ଆସାମରେ ଫସିଛନ୍ତି ଓଡ଼ିଆ ଏନ୍‌ସିସି କ୍ୟାଡେଟ୍‌ : ଆର୍ମି କ୍ୟାମ୍ପ୍‌ରେ ରହିଥିବା ସୂଚନା

By amfnews Dec 19, 2019 #Featured
119 Views

ଭୁବନେଶ୍ବର : ଆସାମରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସେଠାରେ ଲାଗି ରହିଥିବା ଆନ୍ଦୋଳନ ଓ କର୍ଫ୍ୟୁ ଯୋଗୁଁ ୬୫ ଓଡ଼ିଆ ଏନ୍‌ସିସି କ୍ୟାଡେଟ୍‌ ଗୌହାଟିରେ ଫସି ରହିଛନ୍ତି। ଏହି ୬୫ ଜଣ ଏନ୍‌ସିସି କ୍ୟାଡେଟ୍‌ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।

ମିଳିଥିବା ଖବର ଅନୁସାରେ, ଡିସେମ୍ବର ୯ ତାରିଖରେ ଏନ୍‌ସିସି କ୍ୟାଡେଟ୍‌ମାନେ ବ୍ରହ୍ମପୁର ଛାଡ଼ି ମେଘାଳୟର ଶିଲଂ ଅଭିମୁଖେ ଯାତ୍ରା କରିଥିଲେ। ଶିଲଂରେ ଆୟୋଜିତ ‘ଉତ୍ତର ପୂର୍ବାଞ୍ଚଳ ଟ୍ରେକିଂ କ୍ୟାମ୍ପ’ରେ ଯୋଗଦେବାକୁ ଏହି କ୍ୟାଡେଟ୍‌ମାନେ ଯାତ୍ରା କରିଥିଲେ। ସେମା‌ନେ ଡିସେମ୍ବର ୧୧ରେ ଗୌହାଟିରେ ପହଞ୍ଚିଥିଲେ। ମାତ୍ର, ଗୌହାଟିରେ ନାଗରିକତା ସଂଶୋଧନ ଆଇନଙ୍କୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଯୋଗୁଁ କର୍ଫ୍ୟୁ ଜାରି ହୋଇଥିବାରୁ ସେମାନେ ସେଠାରେ ଫସି ରହିଛନ୍ତି। ସେମାନଙ୍କ ଶିଲଂ ଟ୍ରେକିଂ କ୍ୟାମ୍ପ୍‌ ବାତିଲ୍‌ କରି ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।

ତେବେ ଗୌହାଟିରେ ହିଂସା ଥମିଲା ପରେ ସେମାନଙ୍କୁ ଏକ ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ବରକୁ ଆଣିବା ଯୋଜନା କରାଯାଉଛି। ଏହି କ୍ୟାଡେଟ୍‌ମାନେ ଗୌହାଟିର ଏକ ଆର୍ମି କ୍ୟାମ୍ପ୍‌ରେ ରହିଥିବା ସୂଚନା ମିଳିଛି।

By amfnews

Related Post