Wed. Nov 20th, 2024

ଆସାମରେ ଚଳିତ ବର୍ଷ ତୃତୀୟ ଥର ବନ୍ୟା, ଦେଢ଼ ଲକ୍ଷ ଲୋକ ପ୍ରଭାବିତ

By amfnews Sep 27, 2020 #Featured
240 Views

ଗୌହାଟୀ, ସେପ୍ଟେମ୍ବର ୨୭ : ପୂର୍ବୋତ୍ତରାଜ୍ୟ ଆସାମରେ ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟା ଦେଖାଯାଇଛି । ବିଗତ କିଛି ଦିନ ହେବ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଦେଖାଯାଇଛି । ରାଜ୍ୟର ୫ଟି ଜିଲ୍ଲାରେ ୧ ଲକ୍ଷ ୮୦ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ଆସାମ ରାଜ୍ୟ ପ୍ରକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଦୈନିକ ବନ୍ୟା ରିପୋର୍ଟ ଅନୁସାରେ ନଙ୍ଗାବ ଜିଲ୍ଲାର କମପୁରରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ରାଜ୍ୟରେ ଚଳିତ ବର୍ଷା ବନ୍ୟା ସଂପର୍କିତ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି ।

ରାଜ୍ୟ ସରକାର କହିଛନ୍ତି ଯେ, ଧେମାଜୀ, ଲଖୀପୁର, ମୋରିଗାଁ, ନଙ୍ଗାବ ଓ ପଶ୍ଚିମ କାର୍ବୀ ଓଙ୍ଗଲୋଙ୍ଗ ଜିଲ୍ଲାର ୧.୭୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ୧୫୫ ଗାଁ ବନ୍ୟା ପ୍ରଭାବିତ ହୋଇଛି । ୬ ହଜାର ୪୩୭ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ରାଜ୍ୟରେ ୨୫ଟି ଅସ୍ଥାୟୀ ଶିବିର କରାଯାଇଛି ।

By amfnews

Related Post