Fri. Mar 6th, 2026

ଆସନ୍ତା ୧୮ ତାରିଖରେ ହେବ ବର୍ଷା ଓ ଅନୁଭଵଙ୍କ ମଧ୍ୟସ୍ଥି ମଧ୍ୟରେ ଆଲୋଚନା

356 Views

ଓଡ଼ିଶା ,ନଭେମ୍ବର ୧୨ : ସୁପ୍ରିମକୋର୍ଟ କୋର୍ଟ ଙ୍କ ନିର୍ଦେଶ ଅନୁସାରେ ନଭେମ୍ବର ୧୮ରେ  ବର୍ଷା ଅନୁଭବ ଛାଡ଼ ପତ୍ର ମାମଲାରେ  ମିଡିଏଟରଙ୍କ ଦ୍ବାରା ଆପେଷ ବୁଝାମଣା  ହେବ। ଏହି ବୁଝାମଣା କରିବା ପାଇଁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ। ବର୍ଷା ଙ୍କ ଟ୍ରାନ୍ସଫର ପିଟିଶନ ର ଶୁଣାଣି କରି କୋର୍ଟ ଗତମାସ ୧୬ ତାରିଖରେ ଏହି ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ହୃଷିକେଶ ରାୟ ଙ୍କ ଜଣିକିଆ ଖଣ୍ଡପୀଠ ରେ ମମାଲର ଶୁଣାଣି କରିଥିଲେ। ତେବେ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ମଧ୍ୟସ୍ଥି ନିଯୁକ୍ତ ହୋଇ ନାହାନ୍ତି। ଅନୁଭବ ମହାନ୍ତିଙ୍କ ଓକିଲ ଆଡଭୋକେଟ୍ ଅଶ୍ୱିନୀ ଦୁବେ କହିଛନ୍ତି ଯେ ବର୍ଷା ପ୍ରିୟଦର୍ଶିନୀଙ୍କ  ଓକିଲ ଙ୍କ ସହ ପରାମର୍ଶ ଓ  ଆଲୋଚନା ପରେ  ନଭେମ୍ବର ୧୫ ରେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ମଧ୍ୟସ୍ଥତା କରିବାକୁ ନିଷ୍ପତ୍ତି ହୋଇଥିଲା। 

ତେବେ ଦୀପାବଳୀ ଛୁଟି ଥିବାରୁ ତାରିଖ ପରିବର୍ତ୍ତନ ହୋଇଛି।  ୧୮ ତାରିଖ ଅପରାହ୍ନ ୩ଟାରେ ଭିଡ଼ିଓ କନଫେରେସିଙ୍ଗ ମାମଧ୍ୟରେ ଏହି ଆଲୋଚନା ଅନୁଷ୍ଠିତ ହେବ। ମଧ୍ୟସ୍ଥି ଙ୍କ ଆଲୋଚନା ଅଧାରରେ କୋର୍ଟ ମାମଲାର ଶୁଣାଣି ଡିସେମ୍ବର ୩  କରି ପାରନ୍ତି। ଅନୁଭବ ମହାନ୍ତି  ଜୁଲାଇ ୭ ରେ ପଟିଆଲା ହାଉସ କୋର୍ଟରେ ଛାଡପତ୍ର ଆବେଦନ କରିଥିଲେ ଏବଂ ଦାଖଲ କରିଥିଲେ ଯେ ବିବାହ ତାରିଖ ପରଠାରୁ ସେମାନଙ୍କ ମଧ୍ୟରେ ବିବାହ ସମ୍ପର୍କ ଠିକ ନାହିଁ।

ମେ ୨୦୧୯ ଠାରୁ ପୃଥକ ଭାବରେ ରହୁଛନ୍ତି ଏବଂ ଉଭୟଙ୍କ ପରସ୍ପର ସହ ଆନ୍ତରିକ ସମ୍ପର୍କ ନାହିଁ ବୋଲି ସେ ଦର୍ଶାଇଥିଲେ। ସେହିଭଳି ବର୍ଷା ମଧ୍ୟ ଅଗଷ୍ଟ ୭ ରେ କଟକସ୍ଥିତ ଏସଜେମ୍ କୋର୍ଟରେ ଏକ ଘରୋଇ ହିଂସା ମାମଲା ଦାୟର କରିଥିଲେ।  ଶାରୀରିକ ତଥା ମାନସିକ ନିର‌୍ୟାତନା ଦେଇଥିବାର ଅଭିଯୋଗ କରିଥିଲେ ବର୍ଷା।

By amfnews

Related Post