Fri. Mar 6th, 2026

ଆସନ୍ତା ୧୨ ତାରିଖରୁ ଝାରସୁଗୁଡାରୁ ମୁମ୍ବାଇ-ବେଙ୍ଗାଲୁରୁକୁ ଉଡ଼ିବ ବିମାନ

394 Views

ଝାରସୁଗୁଡା, ଜାନୁଆରୀ ୦୨ : ଆସନ୍ତା ୧୨ ତାରିଖରୁ ଝାରସୁଗୁଡାରୁ ମୁମ୍ବାଇ-ବେଙ୍ଗାଲୁରୁକୁ ବିମାନ ଉଡ଼ିବ ବୋଲି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୨ ତାରିଖରୁ ସପ୍ତାହରେ ୪ ଦିନ ଉଡାଣ ଭରିବ ବିମାନ। ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ଆରମ୍ଭ ହୋଇଛି।

ସ୍ପାଇସ୍‌ଜେଟ ପକ୍ଷରୁ ୧୪୪ ଯାତ୍ରୀଙ୍କ ପାଇଁ ବୋଇଂ ବିମାନ ଚଳାଚଳ କରିବ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସମୟ ତାଲିକା ଘୋଷଣା କରାଯାଇଛି। ପ୍ରତି ମଙ୍ଗଳବାର, ଗୁରୁବାର, ଶନିବାର ଓ ରବିବାର ଦିନ ମୁମ୍ବାଇରୁ ଝାରସୁଗୁଡା ହୋଇ ବାଙ୍ଗାଲୁରୁକୁ ଓ ବାଙ୍ଗାଲୁରୁରୁ ଝାରସୁଗୁଡା ହୋଇ ମୁମ୍ବାଇକୁ ବିମାନ ଉଡାଣ ଭରିବ ବୋଲି ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି।

By amfnews

Related Post