Sat. Mar 7th, 2026

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଏୟାର ଇଣ୍ଡିଆ ଓ ବିପିସିଏଲ ବିକ୍ରି ହେବ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

294 Views

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ର ସରକାର ଏୟାର ଇଣ୍ଡିଆ ଓ ତୈଳ ବିଶୋଧନାଗାର ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ବିକ୍ରି କରିବେ। ଏହି କାମ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ହୋଇଯିବା ନେଇ ସେ ଆଶା ପ୍ରକାଶ କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏଦୁଇ କଂପାନିକୁ ବିକ୍ରି କରାଗଲେ ଚଳିତ ଆର୍ଥିକ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ଲାଭ ମିଳିବ ।

ଦେଶକୁ ଆର୍ଥିକ ସଂକଟାବସ୍ଥାରୁ ରକ୍ଷା କରିବା ପାଇଁ ଜରୁରୀକାଳୀନ ଭିତ୍ତିରେ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ସୀତାରମଣ କହିଛନ୍ତି ଯେ, ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟା ଆରମ୍ଭ କରାଯିବା ପୂର୍ବରୁ ନିବେଶକମାନଙ୍କ ଭିତରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି। ଗତ ବର୍ଷ ନିବେଶକମାନେ ଏୟାର ଇଣ୍ଡିଆକୁ କିଣିବା ପାଇଁ ସେଭଳି ଆଗ୍ରହ ଦେଖାଇ ନଥିବା ବି ସେ କହିଛନ୍ତି। ଆର୍ଥିକ କ୍ଷତିରୁ ମୁକୁଳିବା ପାଇଁ ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ଚାହୁଁଛନ୍ତି ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

By amfnews

Related Post