Tue. Nov 26th, 2024

ଆସନ୍ତା ବର୍ଷର ପ୍ରଥମ ୩ ମାସ ମଧ୍ୟରେ ଆସିବ କରୋନା ଟିକା : ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ

By amfnews Sep 14, 2020 #Featured
174 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ : କରୋନା ଭାଇରସ ମୁକାବିଲା ଲାଗି ଟିକା ଆସନ୍ତା ବର୍ଷର ପ୍ରଥମ ୩ ମାସ ମଧ୍ୟରେ ଆସିବ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରବିବାର ଏହା କହିଛନ୍ତି । ମାତ୍ର କରୋନା ଟିକା କେଉଁ ତାରିଖରେ ଆସିବ, ତାହା ସେ ସ୍ପଷ୍ଟ କରି ନାହାନ୍ତି । କିନ୍ତୁ ୨୦୨୧ର ଆରମ୍ଭରୁ ଏହି ଟିକା ପ୍ରସ୍ତୁତ ହୋଇଯିବ ବୋଲି ଶ୍ରୀ ବର୍ଦ୍ଧନ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି, ସରକାର ବରିଷ୍ଠ ନାଗରିକ ଏବଂ ଉଚ୍ଚ ସ୍ତରରେ କାର୍ଯ୍ୟରତ ଲୋକଙ୍କୁ କୋଭିଡ-୧୯ ଟିକା ପ୍ରଥମେ ଦେବାକୁ ଚିନ୍ତା କରୁଛନ୍ତି । ସେ କହିଛନ୍ତି ଯେ, ସହମତି ହେବା ପରେ କୋଭିଡ୧୯ ଟିକା ଅଧିକରୁ ଅଧିକ ଲୋକଙ୍କୁ କିପରି ଦିଆଯାଇପାରିବ ସେ ନେଇ ଚିନ୍ତା କରାଯାଉଛି ।

ରବିବାର ସମ୍ବାଦ କାର୍ଯ୍ୟକ୍ରମରେ ହର୍ଷ ବର୍ଦ୍ଧନ ନିଜର ସାମାଜିକ ଗଣମାଧ୍ୟମର ପ୍ରଶଂସକଙ୍କ ସହିତ କଥାବାର୍ତ୍ତା ଓ ପ୍ରଶ୍ନର ଉତ୍ତର ଦେବା ସମୟରେ କରୋନା ଟିକା ନେଇ କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଟିକା ସୁରକ୍ଷା ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

By amfnews

Related Post