Tue. Mar 10th, 2026

ଆସନ୍ତାକାଲି ମହାଶିବରାତ୍ରୀ; ଚଳଚଞ୍ଚଳ ଶୈବପୀଠ

223 Views

ଭୁବନେଶ୍ୱର : ଆସନ୍ତାକାଲି ମହାଶିବରାତ୍ରୀ।  ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ବିଭିନ୍ନ ଶୈବପୀଠରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ବେଆଇନ୍ ଉଚ୍ଛେଦ ପରେ ବିଏସ୍‌ସି ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯାଇଛି।

ସିଂହଦ୍ୱାର  ସମ୍ମୁଖରୁ  ପାଖାପାଖି ୨୦୦ ମିଟର ଦୂରରୁ ବ୍ୟାରିକେଡ୍ କରାଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ  ଟେମ୍ପୋରାରୀ ସେଡ୍ ଓ ଭଜନ ମଣ୍ଡପ ସ୍ଥାନରେ ଏକ ଅସ୍ଥାୟୀ ଷ୍ଟେଜ୍ କରାଯାଇଛି। ଚଳିତ ବର୍ଷ ଜାଗର ଯାତ୍ରା ପାଇଁ ଲିଙ୍ଗରାଜ ମନ୍ଦିରର ନିତୀ ନିର୍ଘଣ୍ଟ ଅନୁସାରେ, ରାତି ୩ଟାରେ ମନ୍ଦିର ଦ୍ୱାର ଖୋଲାଯିବ।  ରାତି ୧୦ଟାରେ ମହାପ୍ରଭୁଙ୍କ ମହାଦୀପ ଉଠିବ।

By amfnews

Related Post