Sun. Mar 8th, 2026

ଆସନ୍ତାକାଲି ଭିଡିଓ କନ୍‌ଫରେନ୍ସିଂରେ ବସିବ କ୍ୟାବିନେଟ୍ ବୈଠକ

160 Views

ଭୁବନେଶ୍ୱର : ଆସନ୍ତାକାଲି ସକାଳେ ୧୦ଟା ୪୫ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ତେବେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଏହି ବୈଠକ ବସିବ। ଏନେଇ ଗତକାଲି ମନ୍ତ୍ରୀମାନଙ୍କୁ ସୂଚନା ଦିଆଯାଇଛି। କିନ୍ତୁ କ୍ୟାବିନେଟ୍‌ ବୈଠକର ଏଜେଣ୍ଡା ସଂପର୍କରେ ମନ୍ତ୍ରୀମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ବୈଠକରେ ବିଧାୟକ ପାଣ୍ଠିକୁ ବର୍ଷେ ପାଇଁ ନିଲମ୍ବିତ କରିବା ଉପରେ ନିଷ୍ପତ୍ତି ହୋଇପାରେ ବୋଲି ଆଲୋଚନା ହେଉଛି। ସେହିପରି ମନ୍ତ୍ରୀମାନଙ୍କ ଦରମା ହ୍ରାସ ଓ ଅନ୍ୟାନ୍ୟ ଆର୍ଥିକ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବସିଥିଲା। ସେହିପରି କେନ୍ଦ୍ର କ୍ୟାବିନେଟ୍‌ର ଏକ ବୈଠକ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ଯୋଗେ ହୋଇଥିଲେ।

By amfnews

Related Post