Sat. Mar 7th, 2026

ଆସନ୍ତାକାଲି ନିଗମବୋଧ ଘାଟରେ ହେବ ଅରୁଣ ଜେଟଲୀଙ୍କ ଅନ୍ତିମ ସଂସ୍କାର

241 Views

ନୂଆଦିଲ୍ଲୀ  : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ପାର୍ଥିବ ଶରୀର ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବ। ଦିଲ୍ଲୀସ୍ଥିତ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟ କାର୍ଯ୍ୟଳୟରେ ଅନ୍ତିମ ଦର୍ଶନ ପରେ ଜେଟଲୀଙ୍କ ପାର୍ଥିବ ଶରୀରକୁ ରବିବାର ଅପରାହ୍ଣ ୨ଟାରେ ନିଗମବୋଧ ଘାଟକୁ ନିଆଯିବ। ବିଜେପି କାର୍ଯ୍ୟାଳୟରେ ଦଳର ବରିଷ୍ଠ ନେତା, କର୍ମକର୍ତ୍ତା, ପ୍ରଶଂସକ ଜେଟଲୀଙ୍କ ମରଶରୀରରେ ଶ୍ରଦ୍ଧାଞ୍ଜଳି ଦେବେ।

ସୂଚନାଯୋଗ୍ୟ ବିଜେପିର ସଙ୍କଟମୋଚନ କୁହାଯାଉଥିବା ଅରୁଣ ଜେଟଲୀଙ୍କର ଶନିବାର ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଅଗଷ୍ଟ ୯ ତାରିଖରୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଜେଟଲୀ ୬୬ ବର୍ଷ ବୟସରେ ଆଜି ମଧ୍ୟାହ୍ଣ ୧୨ଟା ୭ରେ ଅନ୍ତିମ ଶ୍ୱାସକ୍ରିୟା ନେଇଥିଲେ।

By amfnews

Related Post