Sun. Mar 8th, 2026

ଆଜି ଦ୍ୱିତୀୟ ହକି ଉଦଘାଟନୀ: ବାରବାଟୀକୁ ସ୍ମରଣୀୟ କରିବେ ଦବଙ୍ଗ ବୟ ସଲମାନ ଖାନ୍

309 Views

କଟକ, ନଭେମ୍ବର ୨୮: ସାରା ରାଜ୍ୟରେ ହକି କ୍ରେଜ୍ ଦେଖିବାକୁ ବେଳେ ଗତକାଲି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରେ ଆଜି କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଦ୍ୱିତୀୟ ଉଦଘାଟନୀ ଉତ୍ସବ। ଏହି ଉତ୍ସବରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ. ଆର. ରେହେମାନଙ୍କ ଓ ଦବଙ୍ଗ ଖାନ ସଲମାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜିର ଉତ୍ସବକୁ ସ୍ମରଣୀୟ କରିବାକୁ ସଲମାନ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି ।

ଗତକାଲି ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଉଦଘାଟନୀରେ ଧକଧକ ଗାର୍ଲ ମାଧୁରୀ ଓ କିଙ୍ଗ୍ ଖାନ୍ ଶାହାରୁଖଙ୍କ ଦ୍ୱାରା ପରିବେଷିତ ହୋଉଥିବା ରଂଗାରଂଗ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବିମୋହିତ କରିଥିବାବେଳେ ଆଜି କଟକରେ ହକି କ୍ରେଜ ଦେଖିବାକୁ ମିଳିଛି। ଆଜି ବାରବାଟୀରେ ପ୍ରାୟ ୩୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ଅପରାହ୍ନ ୨.୩୦ରୁ ଷ୍ଟାଡିୟମ ଭିତରକୁ ଦର୍ଶକମାନେ ପ୍ରବେଶ କରିବେ । ଆଜି ୫.୩୦ରୁ ଏକଘଂଟିଆ ସେଲିବ୍ରେସନ ହେବାର ରହିଛି । ସଲମାନଙ୍କ ଗସ୍ତ ପୂର୍ବରୁ ଗତକାଲି ତାଙ୍କର ଏକ ଟିମ ବାରବାଟୀକୁ ଯାଇ ସ୍ଥିତି ତଦାରଖ କରିଥିଲେ । ସେମାନେ ଜିଲ୍ଲାପାଳ ଓ ଡିସିପିଙ୍କ ସହ ସୁରକ୍ଷା  ଓ ଇଭେଂଟ ଉପରେ ଆଲୋଚନା କରିଥିଲେ ।

ଆଜିର ଉଦଘାଟନୀ ପାଇଁ କଟକ ସହରର ସମସ୍ତ ସ୍କୁଲଗୁଡିକ ବନ୍ଦ ରହିଥିବାବେଳେ ଅପରାହ୍ନ ୧.୩୦ରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦର୍ଶକଙ୍କ ମନୋରଂଜନ ପାଇଁ କଟକ ଜିଲ୍ଲା ସଦର ଅଂଚଳରେ ୭ଟି ଏଲଇଡି ସ୍କ୍ରିନ ସ୍ଥାପିତ କରାଯାଇଛି । ରାଜ୍ୟ କ୍ରୀଡୀ ବିଭାଗ ପକ୍ଷରୁ ଏହି ସମସ୍ତ ସ୍କ୍ରିନ୍ ସ୍ଥାପନା କରାଯାଇଛି।

ଓଡିଶାର ରୌପ୍ୟ ନଗରୀ କଟକରେ ମଧ୍ୟ ହକିପ୍ରେମୀମାନେ ଆଜିର କାର୍ଯ୍ୟକ୍ରମକୁ ନେଇ ବେଶ ଉତ୍ସାହିତ ରହିଛନ୍ତି। ସହରରେ ଐତିହାସିକ ବାଲିଯାତ୍ରା ଚାଲିଥିବାବେଳେ ଆଜିର ହକି ଉଦଘାଟନୀରେ ହକିପ୍ରେମୀଙ୍କର ପ୍ରବଳ ଭିଡ ହେବାର ଆଶା କରାଯାଉଛି। ଏକ ସମୟରେ ପ୍ରଥମ ଥର ଦୁଇଟି ବଡ କାର୍ଯ୍ୟକ୍ରମ ହେଉଥିବାରୁ ପୋଲିସଙ୍କ ପାଇଁ ଏହା ଏକ ବଡ ଚ୍ୟାଲେଂଜ ହୋଇଛି । ଭିଡକୁ ଆଖିଆଗରେ ରଖି ସୁରକ୍ଷାକୁ କଡାକଡି କରାଯାଇଛି। ସହରରେ ୫୦ ପ୍ଲାଟୁନ ଫୋର୍ସ, ୪୦ ଜଣ ସୁପରଭାଇଜିଙ୍ଗ ଅଫିସର, ୩୦୦ ପୋଲିସ ଇନସ୍ପେକ୍ଟର ସହ ସିସିଟିଭି ନଜରରେ ପୂରା ଷ୍ଟାଡିୟମକୁ ରଖାଯାଇଛି ।

By amfnews

Related Post