Sat. Mar 7th, 2026

ଆସନ୍ତାକାଲିଠୁ ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦର ଶୁଣାଣି

339 Views

Khabar Odisha:supreme-court-hearing-on-ayodhya-title-suit-from-october-29
ନୂଆଦିଲ୍ଲୀ::ସୁପ୍ରିମକୋର୍ଟରେ ସୋମବାରଠୁ ଦେଶର ସବୁଠୁ ବଡ଼ ପୁରାତନ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦର ଶୁଣାଣି ଆରମ୍ଭ ହେବାକୁ ଯାଉଛି। ଅଯୋଧ୍ୟାରେ ରାମ ଜନ୍ମଭୂମି-ବାବ୍ରି ମସଜିଦ ଉପରେ ଥିବା ୨.୭୭ ଏକରର ଜମିକୁ ନେଇ  ହିନ୍ଦୁ ଓ ମୁସଲିମଙ୍କ ମଧ୍ୟରେ ଜାରି ବିବାଦ ଉପରେ  ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ଉପରେ ଏବେ ପୂରା ଦେଶର ନଜର ରହିଛି। ଆଉ ଏହି ପ୍ରସଙ୍ଗ ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ସହିତ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ ହେବାକୁ ଯାଉଛି।

ସୋମବାର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ସଞ୍ଜୟ କିସାନ ପାଉଲ ଓ ଜଷ୍ଟିସ କେ ଏମ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଉପରେ ଦେଇଥିବା ଶୁଣାଣିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାୟର ଅନେକ ଯାଚିକା ଉପରେ ଶୁଣାଣି କରିବେ।

ଏ ହେଉଛି ପୂରା ମାମଲା

ରାମ ମନ୍ଦିର ପାଇଁ ହୋଇଥିବା ଥିବା ଆନ୍ଦୋଳନ ସମୟରେ ୧୯୯୨ ଡିସେମ୍ବର ୬ରେ ଅଯୋଧ୍ୟାରେ ବାବ୍ରି ମସଜିଦକୁ ଧ୍ଵଂସ କରାଯାଇଥିଲା। ଏହି ମାମଲାରେ ଅପରାଧିକ କେସ ସହିତ ଦେଓ୍ଵାନୀ ମୋକଦ୍ଦମା ମଧ୍ୟ ଦାୟର ହୋଇଥିଲା। ଟାଇଟଲ ବିବାଦ ସହିତ ସମ୍ବନ୍ଧିତ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି।  ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ୨୦୧୦ ସେପ୍ଟେମ୍ବର ୩୦ରେ ନିର୍ଣ୍ଣୟ ଦେଇଥିଲେ।

ଏଥିରେ ନ୍ୟାୟାଳୟ ବିବାଦୀୟ ସ୍ଥଳକୁ ତିନି ଭାଗରେ(ହିନ୍ଦୁ, ମୁସଲିମ ଏବଂ ନିର୍ମୋହୀ ଆଖଡ଼ା) ବାଣ୍ଟି ଦେଇଥିଲେ। ଯେଉଁଠି ରାମଲଲାଙ୍କ ମୂର୍ତ୍ତି ରହିଛି ସେହି ଜାଗାକୁ ରାମଲଲା ବିରାଜମାନକୁ ଦିଆଯାଉ। ସୀତା ରସୋଇ ଏବଂ ରାମ ଚବୁତରାକୁ ନିର୍ମୋହୀ ଆଖଡାକୁ ଏବଂ ବାକି ଏକ ତୃତୀୟାଂଶ ଜମିକୁ ସୁନ୍ନି ଓ୍ଵାକଫ ବୋର୍ଡକୁ ଦିଆଯାଉ।

ଏହା ପରେ ହିନ୍ଦୁ ଏବଂ ମୁସଲିମ ଦୁଇ ପକ୍ଷକାର ଏହି ମାମଲାରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ।  ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୧ ମେରେ ହାଇକୋର୍ଟର ନିଷ୍ପତ୍ତି ଉପରେ ଆଗାମୀ ଆଦେଶ ପର‌୍ୟ୍ୟନ୍ତ ରୋକ ଲଗାଇଥିଲେ। ଏହା ହିନ୍ଦୁ ଏବଂ ମୁସଲିମ ଦୁଇ ପକ୍ଷକାର ଏହି ମାମଲାରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ।

ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ କଣ କହିଥିଲେ  

୦ ଜଷ୍ଟିସ ଦୀପକ ମିଶ୍ର କହିଥିଲେ ଯେ ସେ ରାଜଜନ୍ମଭୂମି- ବାବ୍ରି ମସଜିଦ ମାମଲାକୁ ଆସ୍ଥା ନୁହେଁ ବରଂ ଏକ ଜମି ବିବାଦ ରୂପେ ଦେଖାଯିବ।

୦ ସୁପ୍ରିମକୋର୍ଟ କହିଥିଲା ଯେ ସେ ଏହି ମାମଲାରେ ପ୍ରଥମ ମୁଖ୍ୟ ପକ୍ଷକାର ନିର୍ମୋହୀ ଆଖଡ଼ା, ରାମଲଲା ଏବଂ ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡର ଦଲିଲ ହିଁ ଶୁଣିବେ।

୦ ରାଜନୈତିକ ଏବଂ ଭାବନାତ୍ମକ ଦଲିଲ ଶୁଣାଯିବ ନାହିଁ। ଜଣେ ପକ୍ଷକାର କହିଥିଲେ ଯେ କୋର୍ଟ ୧୦୦ କୋଟି ହିନ୍ଦୁଙ୍କ ଭାବନାକୁ ଧ୍ୟାନରେ ରଖିବେ।

୦ କୋର୍ଟ କହିଥିଲେ ଯେ ମାମଲାରେ ଜଡିତ ମୃତ ବ୍ୟକ୍ତିଙ୍କ ନାମକୁ ହଟାଯାଉ।

By amfnews

Related Post