Sun. Nov 24th, 2024

ଆସନ୍ତାକାଲିଠୁ ସମ୍ବଲପୁରରେ ଖୋଲିବ ସମସ୍ତ ସରକାରୀ କାର୍ଯ୍ୟାଳୟ

By amfnews Feb 18, 2019 #Featured
340 Views

ସମ୍ବଲପୁର, ଫେବୃୟାରୀ ୧୮: ଦୀର୍ଘ ୫ ମାସ ହେଲା ସମ୍ବଲପୁରରେ ବନ୍ଦ ରହିଥିବା ସମସ୍ତ ସରକାରୀ ଅନୁଷ୍ଠାନ ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି । କିନ୍ତୁ କୋର୍ଟ କଚେରୀ ପୂର୍ବ ଭଳି ବନ୍ଦ ରହିବ । ଆଜି ବସିଥିବା ଜିଲ୍ଲା ଓକିଲ ସଂଘ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲାରେ ଗତ ସେପ୍ଟେମ୍ବର ୫ରୁ ଓକିଲ ସଂଘ ଆନ୍ଦୋଳନ କରି ଆସୁଥିଲା । କୋର୍ଟ କାର‌୍ୟ୍ୟ ବର୍ଜନ କରି ଧାରଣା ଦିଆଯାଉଥିଲା । ଏପରିକି ସମସ୍ତ ସରକାରୀ କାର‌୍ୟ୍ୟାଳୟକୁ ମଧ୍ୟ ବନ୍ଦ କରାଯାଇଥିଲା । ଯଦ୍ୱାରା ସାଧରଣ ଲୋକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲା । ଯାହାକୁ ନଜର ରଖି ଆଜି ଓକିଲ ସଂଘ ବୈଠକ କରି ସରକାରୀ କାର‌୍ୟ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛି । ଆସନ୍ତାକାଲିଠାରୁ ସମସ୍ତ ସରକାରୀ କାର‌୍ୟ୍ୟାଳୟ ଖୋଲିବ କିନ୍ତୁ ପୂର୍ବ ଭଳି କୋର୍ଟ କଚେରୀ ବନ୍ଦ ରହିବ ବୋଲି ଓକିଲ ସଂଘ କହିଛି ।

By amfnews

Related Post