Thu. Jan 23rd, 2025

ଆଳୁ ୧୫ ରୁ ୫୦, ପିଆଜ ୨୫ ରୁ ୭୦ : ଚିନ୍ତାରେ ଖାଉଟି

By amfnews Nov 29, 2020 #Featured
255 Views

ଭୁବନେଶ୍ୱର : ପରିବା ଦରରେ ଲାଗିଥିବା ନିଆଁକୁ ନେଇ ଏବେ ଚିନ୍ତାରେ ଖାଉଟି । ହୁ ହୁ ହୋଇ ବଢିଚାଲିଛି ପରିବା ଦର । ବିଶେଷ କରି ଆଳୁ-ପିଆଜ ଦରକୁ ନେଇ ଏବେ ମୁଣ୍ଡରେ ହାତ ଦେଲେଣି ଗ୍ରାହକ । 

ଦୁଇ ମାସ ହେଲାଣି ଏହି ଭଳି ଭାବରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଆଳ ୧୫ ଟଙ୍କାରୁ ବର୍ତମାନ କିଲୋପ୍ରତି ୫୦ ଟଙ୍କାରେ ପହଞ୍ଚିଥିବା ବେଳେ ପିଆଜି ବି ଖୁବ୍ କନ୍ଦାଉଛି । ପିଆଜ କିଲୋ ୨୫ ଟଙ୍କାରୁ ବଢି ଏବେ ୭୦ ଟଙ୍କାରେ ପହଞ୍ଚିଲାଣି । ଲଗାତର ଭାବେର ବଢୁଥିବା ଦର ସାଧାରଣ ଲୋକଙ୍କ ପକେଟ୍ ରେ ଚଡକ ପକାଇଛି । ମାତ୍ର ୨ ମାସ ଭିତରେ ଆଳୁ-ପିଆଜ ଦରରେ ତିନିଗୁଣା ବୃଦ୍ଧି ହୋଇଛି ।

କେବଳ ଆଳୁ-ପିଆଜ ନୁହେଁ ଅନ୍ୟ ସମସ୍ତ ଆତ୍ୟାବଶକ ସାମଗ୍ରୀ ଦର ମଧ୍ୟ ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି । ବର୍ତମାନ ପରିସ୍ଥିତି ଏମିତି ଯେ ଆଳୁ-ପିଆଜ ପରେ ଏବେ ତେଲ ମଧ୍ୟ ଲୋକଙ୍କ ଚିନ୍ତା ବଢାଇବା ଆରମ୍ଭ କଲାଣି । ଗତ କିଛି ଦିନ ମଧ୍ୟରେ ଖାଇବା ତେଲ ଦରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି ।

ଅନ୍ୟପଟେ ବଢୁଥିବା ଦର ପ୍ରତି ସରକାରଙ୍କ ଦୃଷ୍ଟି ନଥିବାରୁ ଏଭଳି ଭାବରେ ଦାର ଦାମ ବୃଦ୍ଧି ପାଉଛି ବୋଲି ଅଭିଯୋଗ କରିଛନ୍ତି ଖୁଚୁରା ବ୍ୟବସାୟୀ ସଂଘ । ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଆଜି ଖାଉଟି ହନ୍ତସନ୍ତ । ସେପଟେ ପୂର୍ବରୁ ଅତ୍ୟାବଶକ ସାମଗ୍ରୀ ଉପରେ ରାଜ୍ୟ ସରକାର ୧୦ ପ୍ରତିଶତ ଇମ୍ପୋର୍ଟ ଟ୍ୟାକ୍ସ କମାଇଥିଲେ ସୁଦ୍ଧା ଏହା ଖାଉଟି ଓ ଖୁଚୁରା ବ୍ୟବସାୟୀଙ୍କୁ ସୁହାଇ ପାରିନି ।

By amfnews

Related Post