Sat. Mar 7th, 2026

ଆଲୋଚନା ମାଧ୍ୟମରେ କଶ୍ମୀର ସମସ୍ୟା ସମାଧାନ ପାଇଁ ମୋଦୀଙ୍କୁ ଫୋନ୍‌ କରି କହିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

168 Views

ନୂଆଦିଲ୍ଲୀ: କଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟର ଏକ ଦ୍ୱିପାକ୍ଷିକ ସମସ୍ୟା ଏବଂ ଦୁଇ ପଡ଼ୋଶୀ ଏ ସଂକ୍ରାନ୍ତରେ ଆଲୋଚନା କରିବାର ଆବଶ୍ୟକତା ଉପରେ ବ୍ରିଟିସ୍‌ ସରକାର ଗୁରୁତ୍ୱାରୋପ କରିଛନ୍ତି। ଏ କଥା ବ୍ରିଟିସ ପ୍ରତିପକ୍ଷ ବୋରିସ୍‌ ଜନ୍‌ସନ୍‌ ମଙ୍ଗଳବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍‌ କରି କହିଛନ୍ତି।

ଇଂଲଣ୍ଡ ସରକାରଙ୍କ ତରଫରୁ ରିଲିଜ୍‌ ହୋଇଥିବା ଏକ ବିବୃତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ର ମୋଦୀ ସାମ୍ପତିକ କଶ୍ମୀର ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ କଶ୍ମୀର ସମସ୍ୟାକୁ ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରିବା ଭଳି ସମସ୍ୟା ବୋଲି ଇଂଲଣ୍ଡ ବିଚାର କରେ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧନା କରିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।ଆସନ୍ତା ସପ୍ତାହନ୍ତରେ ଫ୍ରାନ୍‌ସରେ ଆୟୋଜିତ ହେବାକୁ ଥିବା ଜି୭ ଶିଖର ବୈଠକରେ ଉଭୟ ନେତା ଯୋଗ ଦେବେ। ଜଳବାୟୁ ପରିବର୍ତ୍ତନ ଏବଂ ଜୈବବିବିଧତାକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ମୋଦୀ ରାଜି ହୋଇଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।ଆତଙ୍କବାଦ ଏବଂ ବାଣିଜ୍ୟ ସମସ୍ୟା ସଂକ୍ରାନ୍ତରେ ମଧ୍ୟ ସେମାନେ ଆଲୋଚନା କରିଥିଲେ। ଭାରତ ଓ ଇଉରୋପ ସମେତ ବିଶ୍ୱର ସବୁ ଅଞ୍ଚଳରେ କିଭଳି ଆତଙ୍କବାଦ ମହାମାରି ଭଳି ବ୍ୟାପି ଯାଇଛି ସେ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ।

କଥାବାର୍ତ୍ତା ବେଳେ ସ୍ୱାଧୀନତା ଦିବସରେ ଭାରତୀୟ ମିସନ ବାହାରେ ପାକିସ୍ତାନୀ ଏବଂ ଖଲିସ୍ତାନୀ ସଙ୍ଗଠନ କରିଥିବା ତୀବ୍ର ପ୍ରତିବାଦ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଘଟଣା ସଂକ୍ରାନ୍ତରେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଭାରତୀୟ ମିସନ୍‌ର ନିରାପତ୍ତା ସଂକ୍ରାନ୍ତରେ ପ୍ରତିଶ୍ରୁତି ଦେଇଥିଲେ।

By amfnews

Related Post