Sun. Mar 8th, 2026

ଆଲୋକ ଜଳାଇ ଶୋଇବା ଓଜନ ବୃଦ୍ଧିର ଅନ୍ୟତମ କାରଣ, ଟିଭି ଲାଇଟ୍‌ ମଧ୍ୟ

217 Views

ଓ୍ଵାଶିଂଟନ: ନିକଟରେ ଆମେରିକାରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ  ଟିଭି ଲଗାଇ କିମ୍ବା ଲାଇଟ୍‌ ଲଗାଇ ଶୋଇବା ଦ୍ୱାରା ଓଜନ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଜର୍ଣ୍ଣାଲ ଅଫ୍‌ ଆମେରିକା ମେଡିକାଲ୍‌ ଆସୋସିଏସନ୍‌(ଜେଏଏମ୍‌ଏ)ରେ ନିକଟରେ ପ୍ରକାଶ ପାଇଥିବା ଏକ ଆର୍ଟିକିଲ୍‌ରେ ଉଲ୍ଲେଖ କରାଯାଇଛି ଯେ ଗତ ୫ ବର୍ଷ ଭିତରେ ଏହି ଆଲୋକ କାରଣରୁ ୪୪ ହଜାର ଆକେରିକୀୟ ମହିଳାଙ୍କ ଓଜନ ବୃଦ୍ଧି ପାଇଛି।

ଏହି ଗବେଷଣାରେ ସାମିଲ୍‌ କରାଯାଇଥିବା ମହିଳାଙ୍କୁ ଲକ୍ଷ୍ୟ କରିବାରୁ ଜଣାପଡ଼ିଛି ଯେ ଟିଭି କିମ୍ବା କୌଣସି ବି ପ୍ରକାର ଆଲୋକରେ ଶୟନ କରୁଥିବା ମହିଳାଙ୍କ ମଧ୍ୟରୁ ୧୭ ପ୍ରତିଶତ ମହିଳା ଗବେଷଣା ସମୟସମୀମା ଭିତରେ ୫ କିଲୋ ଓଜନ ବଢ଼ାଇଛନ୍ତି।

ଆଲୋକରେ ଶୋଇବା ଦ୍ୱାରା ମାନସିକ ସ୍ତରରେ ଚିନ୍ତା ଅପେକ୍ଷାକୃତ କମ୍‌ ହୋଇଥାଏ। ଯେକୌଣସି ବ୍ୟକ୍ତି ଚିନ୍ତାମୁକ୍ତ ହୋଇ ଶୋଇଲେ ତାହା ବ୍ୟକ୍ତିକୁ ସୁସ୍ଥ ରହେ। ସୁସ୍ଥ ଶରୀର ଓ ସୁସ୍ଥ ମସ୍ତିଷ୍କର ଲୋକଙ୍କ କ୍ଷେତ୍ରରେ ଓଜନ ବୃଦ୍ଧି ପାଇବାର ବେଶି ସମ୍ଭାବନା ଦେଖାଯାଏ। ଚିନ୍ତା ମୁକ୍ତ ନିଦ୍ରା ସଦା ଓଜନ ବୃଦ୍ଧିର କାରଣ ହୋଇଥିବାରୁ ଆଲୋକ ପରୋକ୍ଷ ଭାବରେ ଓଜନ ବୃଦ୍ଧିକୁ ପ୍ରଭାବିତ କରିଥାଏ ବୋଲି ଗବେଷଣାରୁ ଜାଣିବାକୁ ମିଳିଛି।

By amfnews

Related Post