84 Views
ନୂଆଦିଲ୍ଲୀ, ନଭେମ୍ବର ୧୯: ଉତ୍ତର ପ୍ରଦେଶର ଆଲିଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା କେମିତି ଘଟିଲା ତାହା ଜଣାପଡ଼ି ନାହିଁ ।
ଆଲିଗଡ଼ ଜାତୀୟ ରାଜପଥ ୯୧ ନମ୍ବରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ, ବସ ଦୁର୍ଘଟଣା ଯୋଗୁଁ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପ୍ରାୟ ୧୨ ଜଣ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ବୁଲନ୍ଦସହର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଗଭାନା ଥାନା ଅଞ୍ଚଳର ବୁଲନ୍ଦସହର ସୀମାରେ ଘଟିଛି । ସୂଚନା ମିଳିବା ମାତ୍ରେ ପୋଲିସ ଓ ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।