Fri. Jan 24th, 2025

ଆର୍ମିର ୬୯ତମ ବନମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ

rklsanchar@gmail.com' By J.N. Pradhan Jul 2, 2018 #Featured
231 Views

ରାଉରକେଲା, ୧/୭: ପରିବେଶ ଓ ପଶୁ କଲ୍ୟାଣ ଟ୍ରଷ୍ଟ ଆର୍ମି ପକ୍ଷରୁ ସୁବଜିମା ଇକୋକ୍ଲବ ଠାରେ ସପ୍ତାହ ବ୍ୟାପୀ ୬୯ତମ ବନମହୋତ୍ସବ ଆରମ୍ଭ କରାଯାଇଛି । ବିଗତ ୧୮ ବର୍ଷରେ ବିଦ୍ୟାଳୟ ଗୁଡିକରେ ସବୁଜିମା ଇକୋକ୍ଲବ ଗଠନ କରାଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାରାରୋପଣ ସହିତ ପରିବେଶ ସୁରକ୍ଷା ପ୍ରଦାନ ନିମନ୍ତେ ବିଶେଷ ଜ୍ଞାନ ପ୍ରଦାନ କରାଯାଉଛି ।

ମ୍ୟାନେଜିଂ ଟ୍ରଷ୍ଟି ସଂଗ୍ରାମ ପରିଡ଼ାଙ୍କ ନେତୃତ୍ୱରେ ୱାର-୨ କାର୍ଯ୍ୟକ୍ରମର ସଦସ୍ୟମାନେ ଔଷଧୀୟ ଓ ଫଳନ୍ତି ଚାରାରୋପଣ କରିଥିଲେ । ବିଦ୍ୟାଳୟ ବଗିଚା ଓ ବିଭିନ୍ନ ସ୍ଥାନରେ ସବୁଜବଳୟ ସୃଷ୍ଟି କରାଯାଉଛି । ଏହା ସହିତ ଏଠାରେ ଚଢ଼େଇ ବସା ସ୍ଥାପନ କରି ଏହାକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରାଯାଉଛି । ଏଥିପାଇଁ ସରକାରୀ ସ୍ତରରେ ବନ୍ୟଜୀବ ସଂରକ୍ଷିତ ଏନଜିଓ ଭାବେ ସଙ୍ଗଠନ ପୁରସ୍କୃତ ହୋଇଛି ।

ଏହି କ୍ରମରେ ଆଗାମୀ ଦିନରେ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ, ଇଣ୍ଡୋ-ଇଂରାଜୀ ସ୍କୁଲ ଆଦି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ସହିତ ବୃକ୍ଷର ଯତ୍ନ ସମ୍ବନ୍ଧୀୟ ପୁସ୍ତିକା ପ୍ରଦାନ କରାଯିବ । ସଭାପତି ଇଂ.ଅଭୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ଇଣ୍ଡୋ-ଇଂରାଜୀ ସ୍କୁଲକୁ ଡାକ୍ତର ଆର.ଆର. ମହାପାତ୍ର ସ୍ମାରକୀ ୪ର୍ଥ ଶ୍ରେଷ୍ଠ ଇକୋ କ୍ଲବ ଭାବେ ପୁରସ୍କାର ପ୍ରଦାନ ପାଇଁ ସ୍ଥିର ହୋଇଛି ।

ଆଗାମୀ ପିଢ଼ିର ସବୁଜିମା ଇକୋକ୍ଳବ୍ ତିଆରି କରାଯାଇଛି । ବିଭିନ୍ନ ଇକୋ ପ୍ରତିଯୋଗିତାରେ ବୀଣାକର ପରିଡ଼ା, ବିକ୍ରମ ପରିଡ଼ା ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବା ପାଇଁ ସ୍ଥିର ହୋଇଛି ବୋଲି ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ପରିଡ଼ା ସୂଚନା ଦେଇଥିଲେ । ଶେଷରେ ବରିଷ୍ଠ ସଦସ୍ୟ ଶଙ୍କର୍ଷଣ ନାୟକ ଧନ୍ୟବାଦ ଦେଇଥିଲେ ।

Related Post