Sat. Mar 7th, 2026

ଆର୍ଜିଏଚ୍ ସମ୍ମୁଖରେ କମ୍ୟୁନିଷ୍ଟ ପାର୍ଟିର ବିକ୍ଷୋଭ

214 Views

ରାଉରକେଲା, ୧୩ା୧୦  : ରାଉରକେଲା ସରକାରୀ ଡାକ୍ତରଖାନା(ଆରଜିଏଚ୍)ରେ କ୍ୟାପିଟାଲ୍ ହସପିଟାଲ ଭଳି ସୁବିଧା ଯୋଗାଇବା ଓ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପାର୍ଟିର ସାଧାରଣ ସମ୍ପାଦକ ସଦାନନ୍ଦ ସାହୁଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦେଇଥିଲେ ।

ସହରର ଏହି ପ୍ରମୁଖ ଡାକ୍ତରଖାନା ଉପରେ ସୁନ୍ଦରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀ ମଧ୍ୟ ନିର୍ଭର କରନ୍ତି । ଦୈନିକ ଶହଶହ ଲୋକ ଡାକ୍ତରଖାନାକୁ ଆସୁଥିଲେ ଏଥିପ୍ରତି ସରକାର ଅବହେଳା କରୁଛନ୍ତି । ୮୦ ଜଣ ଡାକ୍ତର ରହିବା ପାଇଁ ମଞ୍ଜୁର ହୋଇଥିଲେ ମଧ୍ୟ ବହୁତ ପଦବୀ ଖାଲି ପଡ଼ିଛି । ସେହିପରି ସିଟିସ୍କାନ ମେସିନ, ଏମ୍ଆର୍ଆଇ ମେସିନ ଓ ଆଇସିୟୁ କକ୍ଷ ନଥିବାରୁ ରୋଗୀ ହଇରାଣ ହେଉଛନ୍ତି ।

ତେଣୁ ଯଥାଶୀଘ୍ର ସୁବିଧାଗୁଡ଼ିକ ଡାକ୍ତରଖାନାରେ କାର୍ଯ୍ୟକାରୀ ହେଉ ବୋଲି ସମ୍ପାଦକ ଶ୍ରୀ ସାହୁ ଦାବି କରିଛନ୍ତି । ଏନେଇ ଡାକ୍ତରଖାନାର ନିର୍ଦ୍ଦେଶକ ଡା. ହରିହର ପଟ୍ଟନାୟକଙ୍କୁ ପାର୍ଟିର କର୍ମକର୍ତ୍ତା ଭେଟିଥିଲେ । ପାର୍ଟିର ଯୁବଛାତ୍ର ସମ୍ପାଦକ ପଞ୍ଚାନନ ସୁନା, ଅରୁଣ କୁମାର ଭୋଇ, କାର୍ତ୍ତିକ ନାୟକ, ଅଲେଖ ଓଝା, ଅରୁଣ ଦୀପ, ଶଙ୍କର ସିଂ, ଭାଗ୍ୟଧର ରାଉତ, ଅର୍ପନା ରାଉତରାୟ, ମଧୁସ୍ମିତା ସା, ପୁଷ୍ପଲତା ସାହୁ, ରମେଶ କର, ତ୍ରିଲୋଚନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post