Tue. Dec 24th, 2024

ଆଇ.ଜି.ଏଚ୍ ରୁ ରୋଗୀଙ୍କ ମୋବାଇଲ ଚୋରି ବେଳେ ଚୋର ଗିରଫ

rklsanchar@gmail.com' By J.N. Pradhan Aug 29, 2018 #Featured
229 Views

ରାଉରକେଲା, ୨୯ା୮ : ରାଉରକେଲା ସରକାରୀ ଡାକ୍ତରଖାନାରୁ ରୋଗୀଙ୍କ ମୋବାଇଲ ଚୋରି ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି । ତା’ଠାରୁ ଚୋରି ମୋବାଇଲ ଜବତ କରିଛି । ଗିରଫ ହୋଇଥିବା ଯୁବକ ହେଲା ମହମ୍ମଦ ମହତାବ । ମହତାବ ଆନନ୍ଦଭବନ ଲେନ୍ରେ ରହୁଛି । ମହତାବ ଆର୍ଜିଏଚ୍ ଭିତରେ ପଶି ଜଣେ ରୋଗୀଙ୍କ ମୋବାଇଲ ଚୋରି କରି ପଳାଉଥିଲା ।

ରୋଗୀ ଜଣକ ଏହା ଜାଣିପାରି ପାଟି କରିବାରୁ ସେଠାରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଗାର୍ଡ଼ ଓ ଲୋକେ ମହତାବକୁ କାବୁ କରି ପୁଲିସ ଜିମା ଦେଇଥିଲେ । ପୁଲିସ ତା’ଠାରୁ ଚୋରି ମୋବାଇଲ ଜବତ କରି ତାକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । କୋର୍ଟରେ ଜାମିନ ନାକଚ ହୋଇଯାଇଛି ।

Related Post