Sun. Nov 24th, 2024

ଆର୍ଏସ୍ପି ସ୍ପେଶାଲ ପ୍ଲେଟ୍ ପ୍ଲାଣ୍ଟ ବିଭାଗ ଦ୍ୱାରା ଜୁଲାଇ ମାସରେ ସର୍ବକାଳୀନ ଶ୍ରେଷ୍ଠ ମାସିକ ଚାଲାଣ

rklsanchar@gmail.com' By J.N. Pradhan Aug 9, 2018 #Featured
157 Views

ରାଉରକେଲା, ୯ା୮ : ଆର୍ଏସ୍ପିର ସ୍ପେଶାଲ ପ୍ଲେଟ୍ ପ୍ଲାଣ୍ଟ ବିଭାଗ ୨୦୧୮ ଜୁଲାଇ ମାସରେ ୬୫୭ ଟନ୍ ହିଟ୍ ଟ୍ରିଟେଡ ସ୍ପେଶାଲ ପ୍ଲେଟ୍ ଚାଲାଣ କରି ସର୍ବକାଳୀନ ଶ୍ରେଷ୍ଠ ମାସିକ ଚାଲାଣ ରେକର୍ଡ କରିଛି । ଏହାପୂର୍ବରୁ ବିଭାଗର ସବଶ୍ରେଷ୍ଠ ପ୍ରଦର୍ଶନ ୨୦୧୮ ମାର୍ଚ୍ଚ ମାସରେ ୫୧୧ ଟନ୍ ପ୍ଲେଟ୍ ଚାଲାଣ ରେକର୍ଡ ହାସଲ କରିଥିଲା । ଚଳିତ ଆର୍ôଥକ ବର୍ଷର ପ୍ରଥମ ମାସରେ ବିଭାଗ ପ୍ଲେଟ୍ ଚାଲାଣ କ୍ଷେତ୍ରରେ ଅନୁରୂପ ପୂର୍ବ ବର୍ଷ ତୁଳନାରେ ୪୦.୨୨% ଅଭିବୃଦ୍ଧି ହାସଲ କରିଛି ।

୧୯୬୯ ମସିହାରେ ସ୍ଥାପନା ପରଠାରୁ ଅଦ୍ୟାବଧି ବିଭାଗ ବିଭିନ୍ନ ପ୍ରତିଷ୍ଠାନକୁ ୮୮୦୦୦ ଟନ୍ ପ୍ଲେଟ୍ ଉତ୍ପାଦନ ଓ ଚାଲାଣ କରିସାରିଛି । ସମ୍ପ୍ରତି ନୂତନ ଅତିରିକ୍ତ ହିଟ୍ ଟ୍ରିଟମେଣ୍ଟ ସୁବିଧାର ଉପଲବ୍ଧ ସହ ଏସ୍ପିପି ଏହାର ଉତ୍ପାଦନ କ୍ଷମତାରେ ବୃଦ୍ଧି ଆଣିବା ଦିଗରେ ଅଗ୍ରସର ହେଉଛି । ପ୍ରତିରକ୍ଷା ଓ ଅନ୍ୟାନ୍ୟ ଅଣପ୍ରତିରକ୍ଷା ଉପଯୋଗୀ କ୍ୱେଞ୍ଚଡ ଓ ଟେମ୍ପରଡ ସ୍ପେଶାଲ ପ୍ଲେଟ୍ ଉତ୍ପାଦନରେ ଯେକୌଣସି ଆହ୍ୱାନକୁ ଗ୍ରହଣ କରିବା ନିମନ୍ତେ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଉଲ୍ଲେଖନୀୟ ଯେ, ଏହା ନୂତନ ହିଟ୍ ଟ୍ରିଟମେଣ୍ଟ ସୁବିଧାରୁ ଫର୍ଣ୍ଣେସ ନର୍ମାଲାଇଜଡ ପ୍ଲେଟ୍ ଉତ୍ପାଦନ ମଧ୍ୟ ଆରମ୍ଭ କରିଛି ।

ଏହିକ୍ରମରେ ୨୦୧୮ ଅପ୍ରେଲରୁ ଜୁଲାଇ ମାସ ମଧ୍ୟରେ ବିଭାଗ ୬୦ ମିଲିମିଟର, ୭୦ ମିଲିମିଟର ଓ ୧୧୦ ମିଲିମିଟର ମୋଟେଇ ସମ୍ପନ୍ନ ଫର୍ଣ୍ଣେସ ନର୍ମାଲାଇଜଡ ବଏଲର ମାନର ୫୭୩ ଟନ୍ ପ୍ଲେଟ୍ ଭେଲକୁ ଯୋଗାଇ ଦେଇଛି ।

ସୂଚନାଯୋଗ୍ୟ ଯେ, ଆର୍ଏସ୍ପି ସ୍ପେଶାଲ ପ୍ଲେଟ୍ ମିଲ୍ ଭାରତୀୟ ନେଭି ଓ ଗୋଳାବାରୁଦ କାରଖାନା ନିମନ୍ତେ ହିଟ୍ ଟ୍ରିଟେଡ ଆର୍ମର ଗ୍ରେଡ୍ ପ୍ଲେଟ୍ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ହାସଲ କରିଛି ।

Related Post