Thu. Dec 26th, 2024

ଆର୍ଏସ୍ପି ଦ୍ୱାରା ନିରବଚ୍ଛିନ୍ନ ଚାରା ରୋପଣ ଅଭିଯାନ

rklsanchar@gmail.com' By J.N. Pradhan Jul 26, 2018 #Featured
378 Views

ରାଉରକେଲା: ଚଳିତ ମୌସୁମୀ ଋତୁରେ ଆର୍ଏସ୍ପି ଦ୍ୱାରା ନିରବଚ୍ଛିନ୍ନ ଭାବେ ଚାରା ରୋପଣ କାର୍ଯ୍ୟକ୍ରମ ଜାରି ରହିଛି । ଚଳିତ ବର୍ଷ ନିମନ୍ତେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ଜୁରାଇ ୬ ତାରିଖରେ ସେକ୍ଟର-୬ରେ ଆୟୋଜିତ ଏକ ବିଶାଳ ଚାରା ରୋପଣ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆର୍ଏସ୍ପି ସିଇଓ ଅଶ୍ୱିନୀ କୁମାର ଯୋଗ ଦେଇ ପ୍ରଥମ ଚାରା ରୋପଣ କରିଥିଲେ ।

ପରେ ଏଯାବତ ଆର୍ଏସ୍ପି ଦ୍ୱାରା ଓଡିଶା ସରକାରଙ୍କ ବନ ବିଭାଗର ସହଯୋଗରେ ଇସ୍ପାତ ସହର ତଥା ପାଶ୍ୱର୍ାଞ୍ଚଳର ନୂଆଗାଁ, ରାଜଗାଙ୍ଗପୁର ଓ ପାନପୋଷ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ୪୧ ହଜାରରୁ ଊଦ୍ଧ୍ୱର୍ ଚାରା ରୋପଣ କରାଯାଇଛି । ଏହି ଚାରାଗୁଡିକ ଆର୍ଏସ୍ପି ଗ୍ରୀନ ପାର୍କ ନର୍ସରୀ ତଥା ବନ ବିଭାଗ ନର୍ସରୀରେ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ପ୍ରକାରର ଔଷଧିୟ କାଠ, ଫଳପୁଷ୍ପ ବୃକ୍ଷରାଜି ଯଥା ଛତିଆନା, ଆକାଶିଆ, ରାଧାଚୂଡା, ଗମ୍ଭାରୀ, ଶାଗୁଆନ, ସିମାରୁବା, କରଞ୍ଜିଆ, ନିମ୍ବ, ସୁନାରୀ, ଅର୍ଜୁନ, ଜାରୁଲ, ଜାମୁ, ମହାନିମ୍ବ, ପୁତ୍ରଞ୍ଜୀବ, ବିଷ୍ଣୁଚୂଡା, ବାହାଡା ଆଦି ଗଛ ଚଳିତ ବର୍ଷ ରୋପଣ କରାଯାଇଛି ।

ଉଲ୍ଲେଖନୀୟ ଯେ,  ଗତବର୍ଷ ସୁଦ୍ଧା ଆର୍ଏସ୍ପି ରାଉରକେଲା ଓ ଏହାର ଆଖପାଖରେ ୪୭ ଲକ୍ଷ ବୃକ୍ଷରୋପଣ କରି ଏହି ଅଞ୍ଚଳରେ ସବୁଜିମାର ଏକ ବଳୟ ସୃଷ୍ଟି କରିଛି । ଚଳିତ ବର୍ଷ ରାଉରକେଲା ଇସ୍ପାତ ସହର, ଇସ୍ପାତ କାରଖାନା ଓ ପାଶ୍ୱର୍ାଞ୍ଚଳ ଗ୍ରାମଗୁଡିକରେ ୧.୮୦ ଲକ୍ଷ ଚାରା ରୋପଣ କରାଯିବାର ଯୋଜନା ଧାର୍ଯ୍ୟ କରାଯାଇଛି ।

Related Post