Thu. Dec 26th, 2024

ଆର୍ଏସ୍ପି କାର୍ଯ୍ୟ ଅଞ୍ଚଳ ଓ ଇସ୍ପାତ ସହରାଞ୍ଚଳର ଆଇଏସଓ ପ୍ରମାଣପତ୍ର ବୈଧତା ଜାରି ରଖିବା ପାଇଁ ସୁପାରିଶ

rklsanchar@gmail.com' By J.N. Pradhan Aug 14, 2018 #Featured
253 Views

ରାଉରକେଲା, ୧୪ା୮ : ଆରଏସପିର କାର୍ଯ୍ୟ ଅଞ୍ଚଳ ଓ ଇସ୍ପାତ ସହରାଞ୍ଚଳରେ ଆଇଏସଓ ୯୦୦୧:୨୦୧୫ ଓ ଆଇଏସଓ ୧୪୦୦୧:୨୦୧୫ ପରିବେଶ ପରିଚାଳନା ବ୍ୟବସ୍ଥା ଓ କ୍ୱାଲିଟି ପରିଚାଳନା ବ୍ୟବସ୍ଥାର ସର୍ଭେଲାନ୍ସ ଅଡିଟ ଅଗଷ୍ଟ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅୁଷ୍ଠିତ ହୋଇଯାଇଛି । ଏହି ଅଡିଟ ମେସର୍ସ ବିଭିଆଇଏଲର ଅଡିଟର ବ.ବି. ଭାଟିଆ, ସି.ବି. ସିଂହ, କେ. ସି. ରୟ, ଏସ. କେ. ଅଖୌରୀ ଏବଂ ଏସ. ମଜୁମଦାରଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା ।

କାର୍ମିକ ବିଭାଗର ସମ୍ମେଳନ କକ୍ଷଠାରେ ଆୟୋଜିତ ଅଡିଟର ଉଦଯାପନୀ ବୈଠକରେ କାର୍ମିକ ଓ ପ୍ରଶାସନ ବିଭାଗର ଇଡି ପି.କେ. ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ଇଡି ୱାର୍କ୍ସ ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ଏହାର ଉଦଯାପନୀ ବୈଠକରେ ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ ଗୌତମ ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ ।

ଉପରୋକ୍ତ ଦୁଇ ବୈଠକରେ ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ ଓ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉଭୟ ଶ୍ରୀ ପ୍ରଧାନ ଓ ଶ୍ରୀ ବାନାର୍ଜୀ ଅଡିଟରମାନଙ୍କୁ ସେମାନଙ୍କ ତୃଟିଶୂନ୍ୟ ଅଡିଟ ନିମନ୍ତେ ଧନ୍ୟବାଦ ଜଣାଇଥିଲେ ଏବଂ ସେମାନଙ୍କ ଦ୍ୱାରା ଉପସ୍ଥାପିତ ପ୍ରସଙ୍ଗ ଗୁଡିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଅଗ୍ରାଧିକାର ଭିତ୍ତିରେ ଅଧିକ ଉନ୍ନତି କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Related Post