Sun. Nov 24th, 2024

ଆର୍ଏସ୍ପିର ଦୀପିକା ହସ୍ତକର୍ଘାରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ

rklsanchar@gmail.com' By J.N. Pradhan Aug 8, 2018 #Featured
202 Views

ରାଉରକେଲା, ୮ା୮ : ଆର୍ଏସ୍ପିର ହ୍ୟାଣ୍ଡଲୁମ ୟୁନିଟ ଦୀପିକା ହସ୍ତକର୍ଘାରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଆର୍ଏସ୍ପିର ସିଏସ୍ଆର୍ ପ୍ରୟାସ ଅଧିନରେ ସ୍ଥାପନ ହୋଇଥିବା ଏହି ୟୁନିଟ୍କୁ ଇସ୍ପାତ ସହରର ଅଗ୍ରଣୀ ଜନହିତୈଷୀ ଅନୁଷ୍ଠାନ ଦୀପିକା ମହିଳା ସଂଘତି ପରିଚାଳନା କରୁଛି । ଉତ୍ସବରେ ଦୀପିକା ମହିଳା ସଂଘତି ଅଧ୍ୟକ୍ଷା ସବିତା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଦୀପିକା ମହିଳା ସଂଘତି ଉପାଧ୍ୟକ୍ଷା ମିନାକ୍ଷୀ ପ୍ରଧାନ ଏବଂ ରେଖା ଅଗ୍ରୱାଲ, ସିଏସ୍ଆର ବିଭାଗର ଡିଜିଏମ୍ ଇନ୍ଚାର୍ଜ ପି.ଏମ୍. ବେହେରା, ଡିଏମ୍ଏସ୍ର ସମ୍ପାଦିକା ଲୀନା ଦାସ, ପରିଚାଳନା ପରିଷଦର ସଦସ୍ୟାବୃନ୍ଦ ଏବଂ ଦୀପିକା ହସ୍ତକର୍ଘାର ପ୍ରଶିକ୍ଷକ ଓ ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ ।

ଉଲ୍ଲେଖନୀୟ ଯେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୫ ଅଗଷ୍ଟ ୭ ତାରିଖରେ ଚେନ୍ନାଇ ଠାରେ ପ୍ରଥମ ଜାତୀୟ ହସ୍ତତନ୍ତ ଦିବସର ଆରମ୍ଭ ହୋଇଥିଲା । ୧୯୦୫ ମସିହା ଏହିଦିନ କୋଲକତାର ଟାଉନ ହଲ ଠାରେ ଅନୁଷ୍ଠିତ ଏକ ଗଣବୈଠକରେ ସ୍ୱଦେଶୀ ସାମଗ୍ରୀ ଓ ସ୍ୱଦେଶୀ ପ୍ରକ୍ରିୟାକୁ ସୁଦୃଢ କରିବା ପାଇଁ ଘୋଷଣା କରାଯାଇଥିଲା ।

ଭାରତ ସରକାର ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପ୍ରତିବର୍ଷ ପାଳନ ପାଇଁ ଘୋଷଣା କରିଛନ୍ତି । ଦୀପିକା ହସ୍ତକର୍ଘା କେନ୍ଦ୍ରରେ ହ୍ୟାଣ୍ଡଲୁମ ବୁଣିବା ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ଓ ଯନ୍ତ୍ରୋପକରଣ ଯଥା ପ୍ରି-ଲୁମ୍, ଫ୍ରେମ-ଲୁମ୍ ତଥା ପିଟ୍-ଲୁମ୍ ଇତ୍ୟାଦି ଉପଲବ୍ଧ ଅଛି । ଏଠାରେ ପାଶ୍ୱର୍ାଞ୍ଚଳ ଯୁବତୀମାନେ ହ୍ୟାଣ୍ଡଲୁମ୍ ବୟନର ସୂକ୍ଷ୍ମ କଳା ଶିଖିବା ସହ ଏହି ଉତ୍ପାଦଗୁଡିକର ବଜାରରେ ବିକ୍ରି ସମ୍ବନ୍ଧୀୟ ତାଲିମ ଗ୍ରହଣ କରୁଛନ୍ତି । ଏଠାରେ ଉତ୍ପାଦିତ ସାମଗ୍ରୀଗୁଡିକ ମଧ୍ୟରେ କଟକ ଓ ଶିଲ୍କ ଶାଢୀ, ଓଢଣୀ, ବେଡସିଟ, ରୁମା ଓ ବସ୍ତ୍ର କପଡା ଇତ୍ୟାଦି ସାମିଲ୍ ଅଛି ।

ସେକ୍ଟର-୫ ସ୍ଥିତ ପ୍ରମୁଖ ବଜାର ଅଞ୍ଚଳରେ ଏହାର ଏକ ସୋ’ରୁମ୍ ସ୍ଥାପନା କରାଯାଇଛି । ଏହି କେନ୍ଦ୍ରର ଉତ୍ପାଦଗୁଡିକ ପ୍ରଦର୍ଶିତ ଓ ବିକ୍ରି କରାଯାଉଛି । ଏଥିସହ ମହିଳା ଉଦ୍ୟୋଗୀମାନେ ସାରା ଓଡିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ପ୍ରଦର୍ଶନୀରେ ଭାଗ ନେଇ ସେମାନଙ୍କ ସୂକ୍ଷ୍ମ କଳାକୃତି ସମ୍ପନ୍ନ ବସ୍ତ୍ର ସାମଗ୍ରୀଗୁଡିକର ପ୍ରଦର୍ଶିତ କରିବା ସହ ହସ୍ତତନ୍ତର ପ୍ରଚାର ଓ ପ୍ରସାର ମଧ୍ୟ କରିଆସୁଛନ୍ତି ।

Related Post