ରାଉରକେଲା, ୧୭ା୧ : ରାଉରକେଲା ଇସ୍ପାତ କାରଖାନାରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ନିମନ୍ତେ ୨ ଦିନିଆ ‘ରୋଶ୍ନି’ କର୍ମଶାଳା ଏଚ୍ଆର୍ଡି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୦୧୯ରେ ଅବସର ଗ୍ରହଣ କରିଥିବା ବିଭିନ୍ନ ବିଭାଗର ୧୪୬ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଏହି ଦୁଇଦିନିଆ କର୍ମଶାଳାରେ ବିଭିନ୍ନ ଅଧିବେଶନରେ କର୍ମଚାରୀମାନଙ୍କ ଅବସର ଓ ପରବର୍ତ୍ତୀ ଜୀବନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ସେହିପରି ଉତ୍ତମ ସ୍ୱାସ୍ଥ୍ୟ, ସୁସ୍ଥ ଜୀବନଧାରଣ, ଆର୍ଥିକ ସୁରକ୍ଷା ଯୋଜନା ଆଦି ସସର୍ମ୍ପିତ ସନ୍ଦର୍ଭ ଉପସ୍ଥାପନା କରାଯାଇଥିବା ବେଳେ କର୍ମଚାରୀ ଓ ସେମାନଙ୍କ ଜୀବନସାଥୀଙ୍କ ପାଇଁ ଇସ୍ପାତ ଷ୍ଟାଡିୟମ୍ ଠାରେ ଯୋଗ ଅଧିବେଶସନ ବିଷୟରେ ଆଲୋଚନା ହୋଇଥିଲା । ‘ସେଲ ପରିବାର’ ନାମକ ଅଧିବେଶନରେ ମଧ୍ୟ ବ୍ୟାପକ ଆଲୋଚନା କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ କାର୍ମିକ ବିଭାଗର ଡିଜିଏମ୍ ବିଜୟା ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ସିନିୟର ମ୍ୟାନେଜର ଏସ୍. ବଡ଼ପଣ୍ଡା କାର୍ଯ୍ୟକ୍ରମ ପରିଚାନଳା କରିଥିଲେ ।
122 Views