Wed. Dec 25th, 2024

ଆର୍ଏସ୍ପିରେ ମହିଳା କର୍ମଚାରୀଙ୍କ ପାଇଁ କାରଖାନା ସ୍ତରୀୟ ସମୃଦ୍ଧି କୁଇଜ୍ ଅନୁଷ୍ଠିତ

By amfnews Oct 14, 2018 #Featured
193 Views

ରାଉରକେଲା, ୧୩ା୧୦  : ମହିଳା କର୍ମଚାରୀଙ୍କ ପାଇଁ ପ୍ଲାଣ୍ଟସ୍ତରୀୟ ଚୂଡାନ୍ତ ପର୍ଯ୍ୟୟା ସମୃଦ୍ଧି କୁଇଜ୍ ଏଚ୍ଆର୍ଡି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଏମ୍ ଷ୍ଟିଲ୍ ଡି.କେ. ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ପୂର୍ବରୁ ଅନୁଷ୍ଠିତ ଲିଖିତ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜନ କରିଥିବା ୬ଟି ଦଳରେ ୧୨ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ । କାର୍ମିକ ବିଭାଗ ଆସିଷ୍ଟାଣ୍ଟ ମ୍ୟାନେଜର ସୁଶ୍ରୀ ସଙ୍ଗୀତା ମାରିଆ ସିନ୍ଦୁର ଓ ସୁଶ୍ରୀ ଜ୍ୟୋତି ଓରେୟା ପ୍ରତିଯୋଗିତାର ବିଜେତା ହୋଇଥିଲେ । ନୂତନ ପ୍ଲେଟ୍ ମିଲ୍ ଆସିଷ୍ଟାଣ୍ଟ ମ୍ୟାନେଜର ଜ୍ୟୋତିର୍ମୟୀ ରାଉତିଆ ଏବଂ ନିବେଦିତା ବେହେରା ଉପବିଜେତା ଆଖ୍ୟା ଲାଭ କରିଥିଲେ ।

ବିଜେତା ଓ ଉପବିଜେତା ଦଳଙ୍କୁ ଯଥାକ୍ରମେ ୪ ହଜାର ଓ ୨ ହଜାର ୫ ଶହ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ ୧ ହଜାର ୫ ଶହ ଟଙ୍କା ଓ ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ସ୍ଥାନ ହାସଲକାରୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ୧ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ନୂତନ ପ୍ଲେଟ୍ ମିଲ୍ ବିଭାଗ ସିନିୟର ମ୍ୟାନେଜର ସୁଶ୍ରୀ ଅନିନ୍ଦିତା ମହାପାତ୍ର ଓ କଣ୍ଟ୍ରାକ୍ଟ ସେଲ୍ ୱାର୍କସ ବିଭାଗର ଡେପୁଟି ମ୍ୟାନେଜର ସୁଶ୍ରୀ ଦିବ୍ୟା ଦାସ ପ୍ରତିଯୋଗିତାରେ କୁଇଜ୍ ମାଷ୍ଟର ଭୂମିକା ନିର୍ବାହ କରିଥିଲେ । ସେଲ୍ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ପର୍ଯ୍ୟାୟରେ ବିଜେତା ଓ ଉପବିଜେତା ଦଳ ଆର୍ଏସ୍ପିର ପ୍ରତିନିଧିତ୍ୱ କରିବେ ।

ଏଚ୍ଆର୍ଡି ବିଭାଗର ଡେପୁଟି ମ୍ୟାନେଜର ଆର୍.ଏ. ଖାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସୂଚନାଯୋଗ୍ୟ ଯେ, କର୍ପୋରେଟ୍ ଏଚ୍ଆର୍ଡି ଦ୍ୱାରା ମ୍ୟାନେଜମେଣ୍ଟ ଓ ବିଜିନେସ୍ କୁଇଜ୍ ଇଣ୍ଟର ପ୍ଲାଣ୍ଟ ଏବଂ ଇଣ୍ଟର ୟୁନିଟ୍ ସ୍ତରରେ ଅନୁଷ୍ଠିତ ହେଉଛି । ସେଲ୍ ମ୍ୟାନେଜମେଣ୍ଟ ଓ ବିଜିନେସ କୁଇଜ କର୍ପୋରେଟ୍ ଏଚ୍ଆର୍ଡି ଦ୍ୱାରା ଆୟୋଜିତ ହେଉଛି । ସେଲ୍ ଅଧିକାରୀ ଓ ଅଣଅଧିକାରୀ କର୍ମଚାରୀଙ୍କ ମଧ୍ୟରେ ବିଶେଷ କରି ଯୁବବର୍ଗଙ୍କୁ ସେମାନଙ୍କ ଜ୍ଞାନର ବିକାଶ ତଥା ବିଜିନେସ ଡେଭଲପମେଣ୍ଟ, ନୂତନ ମ୍ୟାନେଜମେଣ୍ଟ ତତ୍ତ୍ୱ, ବିଜିନେସ ବ୍ୟକ୍ତିତ୍ୱ, ମହତ୍ୱପୂର୍ଣ୍ଣ ବିଷୟାବଳୀ, ସେଲ୍ ଐତିହ୍ୟ ଓ ଇତିହାସ ସନ୍ଦର୍ଭରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଲକ୍ଷ୍ୟ ରଖାଯାଇଛି । ପ୍ଲାଣ୍ଟସ୍ତରୀୟ ପ୍ରାରମ୍ଭିକ ପର୍ଯ୍ୟାୟ ଲିଖିତ କୁଇଜ୍ ସେପ୍ଟେମ୍ବର ୨୦ ତାରିଖରେ ହୋଇଥିଲା । ଏଥିରେ ଉଭୟ କର୍ମଚାରୀ ଓ ଅଧିକାରୀ ମୋଟ ୧୨ଟି ଦଳରେ ୨୪ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

By amfnews

Related Post